STORYMIRROR

Sambit Srikumar

Classics Inspirational Others

3  

Sambit Srikumar

Classics Inspirational Others

ଶ୍ମଶାନ ତୁଳସୀ

ଶ୍ମଶାନ ତୁଳସୀ

1 min
113


ମୁଁ ଶ୍ମଶାନ ତୁଳସୀ

ମୋର ଶ୍ମଶାନରେ ବାସ

ସର୍ବେ ଜାଣି ବି ମହିମା ସୁବାସ 

ମୋ ପ୍ରତି ରୁହନ୍ତି ଉଦାସ 

ଶ୍ମଶାନେ ଜନ୍ମିଛି ବୋଲି 

ମୁଁ କାଳେ ଅସ୍ପୃଶ୍ୟ ଅଶୁଭ!! 


ଜନ୍ମିଥାନ୍ତି ଭାଗ୍ୟ ବଳେ 

ଯଦି କାହା ଗୃହ ଆଙ୍ଗନରେ

ପୂଜିଥାନ୍ତେ ନିତି ମୋତେ 

ସକାଳ ସଞ୍ଜରେ 

ବଡ ଆଦର ସମ୍ମାନେ 

ଚଉରା ତୋଳାଇ ଚୂନ ଧଉଳାଇ 

ସେବିଥାନ୍ତେ ବୃନ୍ଦାବତୀ ମଣି 

ଲାଗିଥାନ୍ତି ଦେବ ପାଦେ 

ଆଉ ସବୁ ଶୁଭ କାର୍ଯ୍ୟେ 

ମୋ ପରଶ ପାଇ ପ୍ରସାଦ 

ଲଭିଥାନ୍ତା ଅମୃତ ଆଦର!! 


ଶ୍ମଶାନରେ ଜନ୍ମି ହାରିଲି 

ମୁଁ ମାନ ମହତ

ନଜର ପଡିଲେ ବି 

କେହି ଚାହେଁନି ମୋ ମୁଖ 

ସେବା ପୂଜା ଦୂରେ ଥାଉ 

ଏ ମଣିଷ ମାଡେନି ମୋ ପାଖ

ଶ୍ମଶାନ ତୁଳସୀ ମୁହିଁ 

ଶୁଣ ମୋର ଦୁଃଖ!! 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics