STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଶକ୍ତିଙ୍କ ଚନ୍ଦ୍ରଘଣ୍ଟା ରୂପ

ଶକ୍ତିଙ୍କ ଚନ୍ଦ୍ରଘଣ୍ଟା ରୂପ

1 min
280


ଶକ୍ତି କାର ଅଛି ବର୍ଣ୍ଣିବ ମହିମା 

ମୁର୍ଖ ଅଜ୍ଞାନୀ ତୋ ମୁହିଁ 

ଶବ୍ଦ ଜ୍ଞାନ ଦିଅ ଦେବୀ ଚନ୍ଦ୍ରଘଣ୍ଟା

କରୁଣା କରହେ ତହିଁ।

ହେ ଜନନୀ ।


ଯେ ରୂପ ଦର୍ଶନେ ହୁଏ ସବୁ ସିଦ୍ଧି 

ଚନ୍ଦ୍ରଘଣ୍ଟା ଙ୍କ ସ୍ମରଣେ

କରେ ସିଦ୍ଧିଲାଭ ସାଧନେ ସାଧକ 

ଅପୂର୍ବ ରୂପ ପୂଜନେ।

ହେ ଜନନୀ ।


ବିରାଜ ମାନଟି ଅର୍ଦ୍ଧଚନ୍ଦ୍ର ପରା

ତୋହରି ମା ମସ୍ତିଷ୍କ ରେ

ଖଡଗ ତ୍ରିଶୁଳ ଗଦା ଧନୁ ତୀର

ହାତରେ ପୁଷ୍ପ ପଦ୍ମ ରେ।

ହେ ଜନନୀ।


ଅନୁପମା ଦୃଶ୍ୟ ହେ କରୁଣାମୟୀ

ମାତା ଅଟୁ ବ୍ରହ୍ମାଣ୍ଡର 

ମହିଷା ମର୍ଦ୍ଦିନୀ ସିଂହ ତୁ ବାହିନୀ

ନାହିଁ ପଟାନ୍ତର ତୋର।

ହେ ଜନନୀ।


କଲ୍ୟାଣମୟୀ ତୁ କରହେ କଲ୍ୟାଣ

ହେ ଦେବୀ ଶକ୍ତି ସ୍ବରୂପା 

ପାପୀ ବିନାଶନେ ଚନ୍ଦ୍ରଘଣ୍ଟା ରୂପ 

ଅଟୁ ତୁହି ମା ଅରୂପା।

ହେ ଜନନୀ।


ସ୍ବର୍ଣ୍ଣ ବର୍ଣ୍ଣ ତୋର ଦିଶେ ମା ଶରୀର

ଜ୍ୱାଳାମୁଖୀ ଟି ପରାଏ

ପାପୀ ର ବିନାଶ କ୍ରୋଧର ଜ୍ୱାଳାରେ 

ଧର୍ମର ସ୍ଥାପନ ହୁଏ।

ହେ ଜନନୀ।


କମଳା ରଙ୍ଗର ବସ୍ତ୍ର ପରିଧାନ

ମହିଳା ପୂଜନ୍ତି ତୋର

ମଣ୍ଡପ ସଜ୍ଜିତ ଦିଶେ କି ସୁନ୍ଦର 

ନୈବେଦ୍ୟ ତାଙ୍କ ହସ୍ତର।

ହେ ଜନନୀ।


ବାଜୁଛି ମହୁରୀ ମୃଦଙ୍ଗର ତାଳେ

ପଡ଼େ ଶଙ୍ଖ ହୁଳହୁଳି

ଘଣ୍ଟ ଧ୍ବନି ଶୁଭେ ମନ୍ତ୍ର ପାଠ ଗୁଞ୍ଜେ 

ଭକ୍ତିର ବାଜେ କାହାଳୀ।

ହେ ଜନନୀ।


ଭକ୍ତିମୟ  ହୁଏ  ପବିତ୍ର ଧରଣୀ

ଗାଁ ଠାରୁ ସହର ଯାଏଁ 

ବର୍ଷକୁରେ ଥରେ ଦେବୀ ମର୍ତ୍ତ୍ୟ ଧାମେ 

ଉତ୍ସାହିତ ଟି ସଭିଏଁ।

ହେ ଜନନୀ।


ଦେବେ ଟି ଆଶିଷ ଦେବୀ ଚନ୍ଦ୍ରଘଣ୍ଟା

ରାଷ୍ଟ୍ରର ହେବ ମଙ୍ଗଳ 

ଅମୃତ ଏ କାଳ କରିବେ ସଫଳ

ଦେବେ ଟି ଅସୀମ ବଳ।

ହେ ଜନନୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract