STORYMIRROR

Samita Swain

Action

3  

Samita Swain

Action

ଶକ୍ତୀମୟୀ

ଶକ୍ତୀମୟୀ

1 min
196

ଦେବୀ ସିଏ

ଓହ୍ଲେଇ ଆସିଛି 

ଏବେ ଏବେ ଧରାକୁ

ସମ୍ଭାବନାର ନୂତନ ଅଧ୍ୟାୟ କୁନେଇ

ସୁଉଚ୍ଚ ପର୍ବତ ଭଳି

ଗାରିମାରେ ବିସ୍ତାରିତ

ଦିଗନ୍ତ ଯାଏ ପ୍ରସାରିତ

ମାଟିରୁ ଆକାଶ ଯାଏ 

ଉଦ୍ଭାସିତ ଉଛ୍ବାସରେ ମହିମାନ୍ବିତ

ମାଟି ମାଆ ସେ'ତ

ଶକ୍ତିମୟୀ ଶକ୍ତିର ସ୍ବରୂପା

ଲାବଣ୍ଯରେ ପରିପୂର୍ଣ୍ଣା

ଦେବୀ ପରା ସିଏ,

ଅନଳରୁ ଆବିର୍ଭୂତା

ସୂର୍ଯ୍ୟସମ ତେଜୋମୟୀ

ଲାଲ୍ ରଙ୍ଗର ପାଟରେ ସୁସଜ୍ଜିତା

ମଥାରେ ଲାଲ୍ କୁଙ୍କୁମ ବିନ୍ଦିରେ 

ସେ ' ମାତୃ ରୂପେଣ ସଂସ୍ଥିତା

ସବୁ ରୂପର ଆଦିମାତା 

ଆଚରଣରେ ସଂହିତା

ଏ ସୃଷ୍ଟିର ଶାଶ୍ବତ କାମନାରେ

ଅତ୍ଯାଚାରରେ ଜର୍ଜରିତା,

ଧରାକୁ,ଆଶ୍ବାସନାରେ 

ଫୁଟାଇବ ଆଲୋକର ଫୁଲ

ସ୍ବାଭିମାନ ଭାବର ପଣତରେ 

ଭରିଦେବ ଜାଗୃତିର ସ୍ବର

ସେ ପରା ଦେବୀ, ତା ନିଜ ଇଛାର ଅଧୀଶ୍ଵରୀ

ବିଶ୍ବ ପ୍ରେମର ସମ୍ମୋହନରେ 

ସୂକ୍ଷ୍ମ ଚେତନରେ ସମଗ୍ର ଭାବାତୀତ

ଅତୀତ ମଧ୍ୟରେ ସେ ବିଭୋରିତା

ଜହ୍ନକୁ ବି ସେ ଖୋଜିଦେବ 

ତା ଅବୁଝା ଜୋସ୍ନାକୁ ଆଉ

ଅଧାପକ୍ଷ ଅନ୍ଧାରର ବହଳ ବିଷାଦର ସ୍ବପ୍ନକୁ

ପୁଣି ଗୋଟେ ବର୍ଷ

ପ୍ରତୀକ୍ଷାରେ ଆସିବ ଏ ସମୟ 

ସେ'ତ ଦେବୀ ଚିରକାଳ

ଦୁର୍ଗତି ନାଶିନୀ, ଦୁଷ୍ଟ ବିନାଶିନୀ 

ଅଭୟ ଦାୟିନୀ,"ମା" ଦଶଭୂଜା

ଯା ଦେବୀ ସର୍ବଭୂତେଷୁ ମାତୃରୂପେଣ ସଂସ୍ଥିତା

ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋନମଃ ।


Rate this content
Log in

Similar oriya poem from Action