Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Abstract Classics

4  

Prafulla Chandra Mishra

Abstract Classics

ଶକ୍ତି ସ୍ଵରୂପିଣୀ

ଶକ୍ତି ସ୍ଵରୂପିଣୀ

1 min
346



ପାର୍ବଣ ଆସିଲେ ଜହ୍ନ ଆକାଶରେ ହୋଇ ଉଠଇ ଉଜ୍ଜ୍ଵଳ,

ଝରଇ ଶିକର ଅବା ସୁଧା ଧାର ପ୍ରକୃତି ଦିଶେ ସୁନ୍ଦର;

ଧବଳ ତାମର ଢାଳେ ଅବିକଳ,

ନଈ ପଠା ଧାର କରିଣ ସୁନ୍ଦର;

ଫୁଟେ କାଶତଣ୍ଡି ଫୁଲ; ପାର୍ବଣ ଆସିଲେ...।।


ଏଇ ଶରତରେ ପାର୍ବତୀ ଶଙ୍କର କୋଳେ ଜନ୍ମ ଗଜାନନ,

ଏଇ ଶରତରେ ଶିଳ୍ପୀ କାରୀଗରେ ବିଶ୍ଵକର୍ମା ଆବାହନ;

କୃଷ୍ଣ ଭଗବାନ ଭାଗବତ ଜନ୍ମ,

ଅନନ୍ତା ଅନନ୍ତ ବ୍ରତ ଉଦ୍ଜାପନ;

ପରେ ଆସଇ ପାର୍ବଣ; ଏଇ ଶରତରେ...।।


ସବୁ ଦେବା ଦେବୀ ସଙ୍ଗେ ଘେନି ଦେବୀ ବିନ୍ଧ୍ୟଗିରୀ ପାଦ ଦେଶେ,

ଉଭା ହେଲେ ଆସି ପରମ ବୈଷ୍ଣବୀ ଦଶଭୂଜା ଯୋଧ୍ରୁ ବେଶେ;

ପ୍ରକୃତି ସଜାଇ ଦେଇଅଛି ଧାତ୍ରୀ,

ମଣିମୟ ମଣ୍ଡ ପରେ ଜଗଧାତ୍ରୀ;

ସ୍ଵାଗତେ ଆସ ଉଲ୍ଲାସେ; ସବୁ ଦେବା ଦେବୀ...।।


ଧବଳ ଚଦର ସମ ଆକାଶର ନୀଳ ରଙ୍ଗ ଶୋଭାବନ,

ଶୁଭ୍ର ମେଘ ମାଳ ଉଡ଼ନ୍ତି ଚଞ୍ଚଳ ଫୁଲ ଫୁଟିଛି କଞ୍ଚନ;

ଏମନ୍ତ ଶୋଭାରେ ପ୍ରକୃତି ସୁନ୍ଦର,

ନନ୍ଦନ ବନ ବି ନୁହେଁ ପଟାନ୍ତର;

ହେବ ଦେବୀ ଆଗମନ; ଧବଳ ଚଦର ସମାନ...।।


ଦୁର୍ଦ୍ଦିନ ଆସିଛି ଲିଭି ଯାଉଅଛି ଉତ୍କର୍ଷତା ଅନୁକ୍ଷଣେ,

ମେଦିନୀ ଛାତିରେ ପଦାଘାତ କରେ ମହିଷାସୁରର ସୈନ୍ୟେ;

ବିକଳ କାନ୍ଧଣା ନାରୀ ନିର୍ଯାତନା,

ଭୁଲି ସ୍ନେହ ପ୍ରେମ ପର କି ଆପଣା;

ହିଂସା କ୍ରୋଧ ଅଭିମାନେ; ଦୁର୍ଦ୍ଦିନ ଆସିଛି...।।


ଶକ୍ତି ସ୍ଵରୂପିଣୀ ଅମ୍ଵିକା ଭବାନୀ ତୋର ନିରାଜନା ଛଳେ,

ଭକ୍ତି ପ୍ରାଣ ପୁଷ୍ପ ଅରପଣ କଲି ଶରଣ ତୋ ପାଦ ତଳେ;

ଜଗତ ଉଦ୍ଧାର ଜଗତ ମଙ୍ଗଳ,

ମନାସଇ କବି ତୋର କରବାଳ;

ପାପ ନାଶ କରୁ ଖରେ; ଶକ୍ତି ସ୍ଵରୂପିଣୀ...।।



Rate this content
Log in

Similar oriya poem from Abstract