STORYMIRROR

Chittaranjan Nanda

Abstract Classics Others

4  

Chittaranjan Nanda

Abstract Classics Others

ଶକ୍ତି-ସ୍ୱରୁପିଣୀ ମା ଦୁର୍ଗା

ଶକ୍ତି-ସ୍ୱରୁପିଣୀ ମା ଦୁର୍ଗା

1 min
586


ସମୟର କାଳ ଚକ୍ରେ ଏବେ ତ 

ବର୍ଷା ଦିନ ସରି ଗଲା,

ଦେଖ, ନାହିଁ ଆଉ ମେଘମାଳା, 

ଆକାଶ ନିର୍ମଳ ଦିଶିଲା


ପାଉଛେ ଆମେ ସୁ ନୀଳ ଗଗନ, 

ନୁଆ ଶୋଭା

ଲାଗିଛି ପାର୍ବଣର ସାଜସଜ୍ଜା, ଦିଶେ 

ସୁବର୍ଣ୍ଣ ବିଭା


ଜଗତ ପଡ଼େ ଉଛୁଳି, ସବୁଜ ଧରିତ୍ରୀ

ହସମୟ ଦିଶେ

ଆନନ୍ଦମତ୍ତ ସରବେ ମର୍ତ୍ତ-ମଣ୍ଡଳେ 

ଦୁର୍ଗା ପୁଜା ଆସେ


ବିରଜିବେ ଅଧର୍ମ-ନାଶିନୀ ମା ଦୁର୍ଗା

ଏହି ଧରିତ୍ରୀରେ

ଖଡ୍ଗ, ଚକ୍ର, ବଜ୍ର, ବର୍ମ, ବର୍ଛା, ତ୍ରିଶୂଳ 

ଧରି ହସ୍ତରେ


ଶକ୍ତି-ସ୍ୱରୁପିଣୀ ମା ପାଖେ ଥିବ ବର୍ଛା,

ତ୍ରିଶୂଳ, ଖର୍ପର, 

ସର୍ଵ ଦେବତାଙ୍କ ଦତ୍ତ ସର୍ବ ଅସ୍ତ୍ର, ବଧିବେ 

ସେ ମହିଷାସୁର


ଆସେ ମାଆ ଉଗ୍ରତାରା ଏହି ଧରାକୁ 

କାଶତଣ୍ଡି ଫୁଲେ ଫୁଲେ 

ତାଂକ ଆଗମନେ ଉତ୍ସବ ମୁଖର ହେଉଛି 

ପରା ଏ ମହୀ ମଣ୍ଡଳେ 


ମା ତ ପୂର୍ଣ୍ଣ-ବ୍ରହ୍ମମୟୀ, କାଞ୍ଚନ-ବର୍ଣ୍ଣିନୀ, 

ବୈଦୁର୍ଯ୍ୟ-ଭୂଷଣୀ 

କରୁଣାମୟୀ ମା ସେ ମଣି, ମୁକ୍ତା, କୁଣ୍ଡଳ

ସର୍ବାଳଙ୍କାର ଭୂଷଣୀ 


ମା ପରା ତେଜସ୍ୱିନୀ, ସମ୍ମୋହନୀ, ଦୁର୍ଲଙ୍ଘ

-ଲଂଘିନୀ ସଂସାର ତାରିଣୀ,

ଗର୍ବ-ଖର୍ଵୟିନୀ, ଦୁର୍ଗତି-ନାଶିନୀ, ଦୁଃଖ-

ହାରିଣୀ, ଗତି-ନିର୍ଦ୍ଧାରିଣୀ


ମା ଅଟେ ମହିଷା-ମର୍ଦ୍ଦିନୀ, ରୁଦ୍ରାଣୀ, 

ଭୈରବୀ, ପରାଶକ୍ତି, ଛିନ୍ନମସ୍ତା ,

ସିଦ୍ଧେଶ୍ୱରୀ, କାଳୀ, କାତ୍ୟାୟିନୀ, ମାତଙ୍ଗୀ,  

ଜ୍ୟୋତିର୍ମୟୀ-ଦଶଭୁଜା, ବିଶ୍ୱମାତା


ନବରାତ୍ରେ ନବଦୁର୍ଗା ପୂଜିତା ମର୍ତ୍ତ-ମଣ୍ଡଳେ

ଆହେ ମା ନଅଟି ରୂପରେ 

ଆବିର୍ଭୁତା ହୁଅ ଅତ୍ୟାଚାର ଅନ୍ୟାୟରୁ ଉଦ୍ଧାର 

କରିବାକୁ ଧରା ଦୁର୍ଗତି କାଳରେ


ଦୁଷ୍ଟକୁ ନାଶି ପ୍ରତିଷ୍ଠା କରିବ କାମହୀନ, ଲୋଭ

ହୀନ, କ୍ରୋଧହୀନ ସମାଜ ଏଠି

ସୃଷ୍ଟି ହେବ ସର୍ବ ମନରେ ଶାନ୍ତ, କରୁଣା ଓ ସର୍ବଭୂତ

ପ୍ରତି ମଣିଷର ମନେ ପ୍ରେମ ଓ ପ୍ରୀତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract