STORYMIRROR

Debabrata Mishra

Inspirational

4  

Debabrata Mishra

Inspirational

ଶକ୍ତି ଦେଖାଅ ମାଆ

ଶକ୍ତି ଦେଖାଅ ମାଆ

1 min
538

ଥରେ ମାତ୍ର ପୀଠରୁ ପଥକୁ 

ସୁସଜ୍ଜିତ ମଣ୍ଡପରୁ ବଜାର ମଣ୍ଡିକୁ

ବଜାର ପାର୍କର ଜନଗହଳିକୁ

ପ୍ରତିମାରୁ ଶରୀର ନେଇ ଆସ ମାଆ ତ୍ରିଶୂଳ ଧରି

ଧ୍ୱଂସ ପାଇଁ ଧର୍ମରକ୍ଷା ଓ ସତ୍ୟ ସ୍ଥାପନ ପାଇଁ, 

କାହିଁକି ଏ ଦୟା କ୍ଷମା ରାକ୍ଷସ ଜାତିକୁ

କାହିଁକି ଏ ଉଦାରତା ମାଆ ତୁମ ନୀରବତା

ଭୁଲିଯାଅ ମାଆ ରାକ୍ଷସ ତୋର ପୁତ୍ର ବୋଲି

ନାଶିଦେ ଶିର ଦେହମାଂସଖିଆ ଗଳି କୁକୁରଙ୍କୁ

କେବେ ଗାଆଁ କେବେ ସହର ଓ ଜଙ୍ଗଲର, 

ତୋ' ଝିଅମାନେ କାନ୍ଦିବାକୁ ଡରୁଛନ୍ତି

ତୁ' ଲୁହ ପୋଛୁନୁ ବୋଲି ଅଭିମାନ କରୁଛନ୍ତି, 

ଥରେ ଆସ ମାଆ ସମାଜର ରାସ୍ତାକୁ

ଏ ରାକ୍ଷସ ଜାତି ଏ ପାଶବିକ ଶରୀର

ତୁମ ପ୍ରତିମାକୁ କରେ ନାହିଁ ତିଳେ ଭୟ, 

ଉତ୍ସବର ରାତି ଆଲୋକରେ ସଜ୍ଜା

ବାଜୁଥାଏ ଘଣ୍ଟା ଘଣ୍ଟି ଓ ଆଧୁନିକ ବାଜା

ହାଲୋଜିନ୍ ପଛପଟେ ଘୋର ଅନ୍ଧାର 

ମଦମାଂସରେ ମଣିଷ ନିଏ ରୂପ ରାକ୍ଷସର, 

ବିଶ୍ୱର ବିଶ୍ୱାସ ତୁଟାନି ଲୋ ମାଆ

ତୋ' ତ୍ରିଶୂଳ ଧରି ଥରେ ମଣ୍ଡପ ଛାଡ଼ି ଆ

ଜାଳିଦେ ତୋ' ଆଖିର ଅଗ୍ନିରେ

କାମନାର ବାସନାର ଦେହ ଲୋଭୀ ମନ ଓ ଶରୀର

ତୁମକୁ ଆହ୍ୱାନ କରୁଛି କ୍ରୂର ସମାଜ

ଆଧୁନିକତାର ଏ ରାକ୍ଷସ ମାନସିକତା

କହୁଛି "କିଏ ସେ ଦେବୀ କ'ଣ କରିବ ମୋର"

ନା ଏଠି ସରକାର ନା ସମାଜ 

କେହି ନୁହେଁ ଏଠି କାହାର

ପୋଲିସ ଚୋରର ମିଶ୍ରିତ ଘୃଣାର ବଜାର, 

ଦଳବଳ ଗୁଣ୍ଡାଦଳ ରାଜନୀତି କୁତ୍ସିତ 

ତୁମେ ଆସ ମାଆ ଆଉ ଦେଖାଅ ଶକ୍ତି

ସୁରକ୍ଷା ଦିଅ ସାଧୁ ମଣିଷଙ୍କୁ ସୁ-ନାରୀଙ୍କୁ 

ରକ୍ଷା କର ରକ୍ଷା କର

ତ୍ରାହି ତ୍ରାହି ଡ଼ାକିଲାଣି ଭକ୍ତଙ୍କର ଭକ୍ତି

ଅସହାୟ କାହିଁକି ମା' ତୁମେ ପରା ଶକ୍ତିରୂପା

ଦେଖାଅ ଦେଖାଅ ଥରେ ମହାଶକ୍ତି। 

ଭୁଲ୍ ଥିଲେ କ୍ଷମା ଦେବୁ ମାଆ 



Rate this content
Log in

Similar oriya poem from Inspirational