STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Romance

2  

ପ୍ରିୟଦର୍ଶିନୀ ମହାନ୍ତି

Romance

ସହଜରେ ଭୁଲିଯିବ

ସହଜରେ ଭୁଲିଯିବ

1 min
168

ପ୍ରତିଶୃତି ସବୁ ପାଣିଗାର ନୁହେଁ, ସହଜରେ ଭୁଲିଯିବ.

ମନ ଦିଆ ନିଆ ପିଲାଖେଳ ନୁହେଁ, ସହଜରେ ଭୁଲିଯିବ। ।୦।


ମିଶି ତୋଳିଥିଲେ ଆମେ ପ୍ରେମର ନଅର,ଭାଙ୍ଗିଦେଇ ଚାଲିଯିବ.

ମନ ଗହନରେ ପ୍ରୀତିର ଗଭୀର କ୍ଷତଟି, ସହଜରେ ଭୁଲିଯିବ। ।୨।


ବାଲିଘର ନୁହେଁ ପ୍ରେମର ସ୍ତୁପଟିଏ, ତୋଳିଦେଇ ଚାଲିଯିବ.

ପ୍ରେମ ନୁହେଁ କେଉଁ ହାଟର ସଉଦା, ସହଜରେ ଭୁଲିଯିବ। ।୩।


ଚାଲିଯିବ ଯଦି ସମ୍ପର୍କ ଛିଡେଇ, ପରେ ନିଜେ ଭାବୁଥିବ,

ପ୍ରେମ କ'ଣ ରଫ ଖାତାଟି ଯେ!ସହଜରେ ଭୁଲିଯିବ! ।୪।


ଖେଳନା ନୁହେଁ ମୁଁ ଖେଳ ସରିଗଲେ,ମନରୁ ପାସୋରିଦେଵ.

ପ୍ରିୟା ପ୍ରିତୀ ନୁହେଁ ଅଢେଇ ଦିନିଆ, ସହଜରେ ଭୁଲିଯିବ। ।୫।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance