Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Tragedy

2  

Amiya Bej

Tragedy

★ ସହଜ ନଥିଲା ★

★ ସହଜ ନଥିଲା ★

1 min
6.8K


 ଭାରି ସହଜ ନଥିଲା , ଫେରିଯିବା !

ତୁମ ଅଭିମାନୀ ସହରରୁ ।

ଭାରି ସହଜ ନଥିଲା , ଭୁଲିଯିବା !

ସ୍ମୃତିସବୁ ସାଇତା ମନରୁ ।

ଭାରି ସହଜ ନଥିଲା , ମୁକୁଳିବା !

ଘୃଣାଭରା 'ଛି'ଟିଏ ଭିତରୁ ।

ଭାରି ସହଜ ନଥିଲା , ସମ୍ଭାଳିବା !

ଧକ୍କାଟିଏ ତୁମରି ପାଖରୁ ।

ଭାରି ସହଜ ନଥିଲା , ହାରିଯିବା !

ଜିତୁଥିବା ବାଜିଟେ ପାଖରୁ ।

ହେଇଦେଖ , ଆଜିନାହଁ ତୁମେ

ରହିଯାଅ କହିବାକୁ ।

ଅବା ମେଲାଣୀ ଦେବାକୁ !

ତଥାପିବି -

ତୁମ , ଆଉ ପାରଦର

ଅଯଥା ଉତ୍ପାତରେ,

ଢାଳିଦେଲି , ଲୁହଟିକେ , କୋହଟିକେ

ମୋ' ଗାଡି ଛାଡିବା ଆଗରୁ ।

@ ଅମିୟ ବେଜ୍


Rate this content
Log in

Similar oriya poem from Tragedy