Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Classics Inspirational

3  

KRUTIBAS NAYAK

Classics Inspirational

ସହଜ-ମାଗଣା

ସହଜ-ମାଗଣା

1 min
176



ଅତି ସହଜରେ ମାଗଣାରେ ଯାହା ମିଳୁଥାଏ ଜୀବନରେ,

ସେ ସବୁ ଦରବ ଧନ ଗାଉରବ ଚାଲିଯାଏ ତା' ବାଟରେ |


ଲାଞ୍ଚ-ମିଛ ଠକ ଚୋରିଧନ ଯେତେ ପକେଟ କରେ ଗରମ,

ସେହି ବିଷଧନ ନେଇଯାଏ ପ୍ରାଣ ଦେଇବଡ଼ ଅପମାନ |


ଲୋକଙ୍କୁ ଡରାଇ ଗୁଣ୍ଡାଗିରି କରି କରେ ଯିଏ ରୋଜଗାର,

ତା'ର ପରିବାର ସୁଖର ସଂସାର ହୋଇଥାଏ ଛାରଖାର |


ଧରାଧରି କରି କିଛି ଦାନକରି ପାଏ ଯିଏ ପୁରସ୍କାର,

ଅଳପ ଦିନରେ ଜଣା ପଡ଼ିଗଲେ ତାହା ହୁଏ ତିରସ୍କାର |

 

ମାଗି ଖାଉଥିଲେ ଅଳପ ସମୟ ପାଟିକୁ ସୁଆଦ ଲାଗେ, 

ପର ଦରବରେ ରଖିଥିଲେ ମନ ନିଜ ସ୍ଥାୟୀସୁଖ ଭାଙ୍ଗେ |


ଆଉ ଯେତେ ଧନ ସଂପତ୍ତି ଆସୁଛି ବିନା ଶ୍ରମ ବୁଦ୍ଧି ବଳେ,

ସୁଖଠୁଁ ଅଧିକ ଦୁଃଖ ଦେଇଯିବ ଏକଥା ସଭିଙ୍କୁ ଜଣା |



Rate this content
Log in

Similar oriya poem from Classics