ସହିଷ୍ଣୁତା
ସହିଷ୍ଣୁତା


ସହିବା ଲୋକଟି ମହତ ଅଟଇ କହିବା ଲୋକଟି ଦହେ
ସହିଷ୍ଣୁତା ପରା ଶ୍ରେଷ୍ଠ ମହୀତଳେ ସହନର ଭାର ବହେ ।
ଅନ୍ୟର ଉପରେ ଅତ୍ୟାଚାର କରି ନିଜର ବଡିମା ଗାଇ
କାହାକୁ ମଣନ୍ତି ପଶୁଠାରୁ ହୀନ କାହାକୁ ବଚନେ ଦହି
ଅଶାନ୍ତିର ନିଆଁ ମିଥ୍ୟାରୋପ ଧୂଆଁ ଲଗାଇବାକୁ କେ ଚାହେଁ
ସହିବା ଲୋକଟି ମହତ ଅଟଇ କହିବା ଲୋକଟି ଦହେ ।
ବଡ ହୋଇନାହିଁ କେହି ଏ ଜଗତେ ଅନ୍ୟକୁ ନିଉନ ମଣି
ସହିଷ୍ଣୁତା ଥିଲେ ଜିଣିବା ଜଗତ ପଥର ହୋଇବ ପାଣି ।
ସତ୍ୟ ଶାନ୍ତି ସ୍ନେହ ପ୍ରୀତି ଫୁଲହାର ଗଳାରେ ଯାହାର ଥାଏ
ଭାତୃତ୍ଵର ଡୋରେ ବନ୍ଧନ ଆବୋରି ଆଗକୁ ଆଗକୁ ଧାଏଁ
ଧୂମର କୁଣ୍ଡଳି ଅଦେଖା ଶିକୁଳି ଆପେ ଆପେ ଛିଡିଯାଏ
ସହିଷ୍ଣୁତା ପରା ଶ୍ରେଷ୍ଠ ମହୀତଳେ ସହନର ଭାର ବହେ ।
ଆତ୍ମାର ପୁଲକ ଅଙ୍ଗେ ଅଙ୍ଗେ ଖେଳେ ଅପୂର୍ବ ସେ ଶିହରଣ
ସହିଷ୍ଣୁ ହୋଇ ଯେ ବିଶ୍ଵର ହିତରେ କରଇ ସଦା କଲ୍ୟାଣ ।