ଶିଶୁଟିଏ ଫୁଲକଢିଟିଏ
ଶିଶୁଟିଏ ଫୁଲକଢିଟିଏ


ଘର ଅଗଣାର ଜହ୍ନତାରା ପରି
ଶିଶୁଟିଏ ଫୁଲ କଢିଟିଏ
ସରଗ ସୁଷମା ଖେଳାଏ ମନରେ
ଶିଶୁ ମୁହଁ ହସ ଧାରଟିଏ ।
ଶିଶୁ ଢ଼ଳଢ଼ଳ ସରଳ ଚପଳ
ଶାନ୍ତି ଶତଦଳ କଳିଟିଏ
ତା ରଙ୍ଗ ଅଧରେ ସୂନେଲି ସୂରୁଜ
ହାତଠାରି ଉଙ୍କି ମାରୁଥାଏ ।
ଶିଶୁ ଅପାଶୋରା ସୁଖର ପସରା
ଜୀବନ ଗୀତର ଛନ୍ଦଟିଏ
ନାଲି ଟୁକୁଟୁକୁ ତାର ପାଦହାତେ
ଅମୃତ ଆନନ୍ଦ ଲୁଚିଥାଏ ।
ଶିଶୁ ଭଗବାନ ସୃଷ୍ଟିର କାରଣ
ଆଲୋକର ଦୀପ ଶିଖାଟିଏ
ପାଇଲେ ଯତନ ସେନେହ ସରାଗ
ବିକଶେ ସୁବାସ ଗୁଣ ସିଏ ।