Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Romance Tragedy Classics

4  

Satyanarayan Sahoo

Romance Tragedy Classics

ଶିଶୁ  ଶ୍ରମିକ

ଶିଶୁ  ଶ୍ରମିକ

1 min
266


ଦୁଃଖ ଶୋକ ତାପ ସହି ହୋଇ ଅତି ଦିନ

ହତାଶ ଅନ୍ତରେ ନିତି ଯାଉଛି ଜୀବନ ।


ଅଶୈଶବୁ ଆସି ଅଛୁ ଆଃ କହି ଚିଲ୍ଲେଇ

ନିରନ୍ତର ପରିଶ୍ରମେ ସମୟ ବିତେଇ ।


କଞ୍ଚା ବୟସରୁ ପିତା ମାତା ଙ୍କୁ ହରାଇ

କେତେ କେତେ ନିତି ଆସି ଏଥେ ମିଶୁ ଥାନ୍ତି ।


ପୁଣି ଜଣେ ଜଣେ ଦୁଃଖ ଦୁର୍ଘଟଣା ପାଇଁ

ଦୁର୍ବିପାକ ପଡ଼ି କେତେ ଜୀବନ ବଞ୍ଚାଇ ।


ସାଜି ଯାଉ ଛନ୍ତି ସଦା ଶୈସବୁ ଶ୍ରମିକ

ଦାରିଦ୍ର୍ୟ ପୀଡ଼ିତ ହୋଇ ପରିବାର ଲୋକ ।


ଛାଡ଼ିଦେଉ ଛନ୍ତି ଶିଶୁ ଶ୍ରମିକ ସଜାଇ

ବର୍ବର ଜନଙ୍କ ତାପେ ତୀବ୍ର ଖେଦ ପାଇ ।


ଚାଲିଚୁ ହେ , ଦୁରାଚାରୀ ପ୍ରହାର କୁ ସହି

ଯନ୍ତ୍ରଣାର ଜାଳ ହୃଦେ ନିବିଡ ପିଡ଼ଇ । 


କା ନିକଟେ ଗୁହାରୀ ବା କରିଲେ ଶୁଣିଵ

ନଷ୍ଟ ଭ୍ରଷ୍ଟ ହୋଇଯାଏ ଆମର ଶୈଶବ ।


ଛୁଆ ଧରା ଦ୍ଵାରା ଧରା ହୋଇ ପୁଣି କେତେ

ଶିଶୁ ଶ୍ରମିକ ଭାବରେ ବିକ୍ରି ହେଉ ନିତ୍ୟେ ।


କାହିଁ ଆମ ଆଶା କାହିଁ ଭରସା ସପନ

ଦାରୁଣ କାରୁଣ୍ୟେ କରୁ ଜୀବନ ଯାପନ ।


ଶୋଷଣ ଓ ବେଠି ପ୍ରଥା ବିରୋଧ କରିବା

ପରି କିଛି ସୁବ୍ୟବସ୍ଥା ସମାଜେ ରେ ଥିବା ।


ନ ଦେଖୁ କେଉଁଠି କେବେ ଆନନ୍ଦ ପାଇବା

ପିଲା ମାନେ କିପରି ଯେ ଅଧିକ ସୁସେବା ।


ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି

ବଡ଼ ଲୋକ ମନ ଜାଣି ସେବା ଯେ ଯୋଗାନ୍ତି ।


ଖାଦ୍ୟ ଓ ସୁରକ୍ଷା ପ୍ରାଥମିକ ଅବସ୍ଥାରେ

ଆଇନ ଅନୁସାରେ ସବୁ ସମସ୍ୟା ପଡେ ।


ମାଗିଲେ ଯେ ସହୁ ଅତ୍ୟାଚାର ନିତି ନିତି

ସମସ୍ୟା ରହିଛି ଟିକେ ନ ପାଉ ତୃପତି ।


ସବୁ ବେଳେ ଏମିତି ଅନେକ ସମୟରେ

କେବଳ ସହୁଚୁ , ଦୁଃଖ କଷ୍ଟ ଆତ୍ୟାଚାରେ ।


ଜୀବନର ଭବିଷ୍ୟତ ଅନ୍ଧାର ସବୁରି

ହୃଦୟ ଯେ ଅବସନ୍ନ ଆଶା ଯାଏ ମରି ।


ସହର ର ଉପକଣ୍ଠ ଗଳି ବସ୍ତି ପୁଣି

କେତେ ଦୋକାନ ବଜାର ହୋଟେଲ ଇତ୍ୟାଦି ।


ସହିତ ଜଡିତ ବହୁ ସାମଗ୍ରୀ ନିର୍ମାଣ

କଳକାରଖାନା ସାଥେ ଜଙ୍ଗଲ ବଣ ।


ପ୍ରାନ୍ତର ରେ ଶ୍ରମ ରେ ଥିବା ବେଳେ ମନ ପ୍ରାଣ

ଚିନ୍ତୁ ଥାଉ କେ , କରିବ ଆଜ୍ଞାକୁ ଅମାନ୍ୟ । 


Rate this content
Log in

Similar oriya poem from Romance