STORYMIRROR

Mahendra Kumar Swain

Romance

3  

Mahendra Kumar Swain

Romance

ବର୍ଷାସହ କିଛି ସ୍ମୃତି

ବର୍ଷାସହ କିଛି ସ୍ମୃତି

1 min
302

ବର୍ଷା ସହ ସେଇ ପୁରୁଣା ସ୍ମୃତି ମୋ

ତାଜା ପୁରା ହେଇଗଲା

ବର୍ଷା ଛିଟା ଯେବେ ଦେହକୁ ଛୁଇଁଲା

ମନେ କିଛି ପଡିଗଲା ।


ସେଇ ବର୍ଷାରାତି ତୁମ ସହ ସାଥି

ଯାଉଥିଲି ସାଥି ହୋଇ

ଗୋଟିଏ ଛତାରେ ଯାଉଥିଲେ ଦୁହେଁ

ଅଧା ଅଧା ଓଦା ହୋଇ ।


ଧରିଥିଲ ହାତ କହୁଥିଲ ତୁମେ

ଆସୁ କି ବରଷା ଝଡ଼

ସାଥି ହୋଇ କରି ଥିବି ତୁମ ସାଥେ

ଆସୁ ଯେ ଦୁଃଖ ପାହାଡ଼ ।


ଚିକ ଚିକ କରି ବିଜୁଳି ଆଲୋକେ

ମୁହଁ ତୁମ ଦିଶୁଥିଲା

ବର୍ଷା ଛିଟା ପଡ଼ି ତୁମ ମୁହଁ ସତେ

ଚାନ୍ଦ ପରି ଲାଗୁଥିଲା ।


ଲାଜୁଆ ଚାହାଣି ସେଇ ହସ ତୁମ

ଆଜି ବି ମୋ ମନେ ପଡେ

ସେଇ ବର୍ଷା ରାତି ସ୍ମୃତି ହୋଇ କରି

ହୃଦୟ କୁ ଆମ ଯୋଡ଼େ ।


ଟିପି ଟିପି ହୋଇ ବରଷା ର ଧାର

ଛତା ରେ ଯେ ପଡୁଥିଲା

ତୁମ ପ୍ରତି ମୋର ଭଲ ପାଇବା ବି

ସେତିକି ଯେ ବଢିଗଲା ।


କହିଦେଇଥିଲି ମନ କଥା ମୋର

ସେଇ ବର୍ଷା ରାତି ଦିନ

ଅଜଣା ଡର ରେ ଡରୁଥିଲା କାହିଁ

ସେଇଦିନ ମୋର ମନ ।


କିଛି କହିଲନି ଶୁଣି ମୋର କଥା

ଭାବିଲି ଯେ ରାଗିଗଲ

ବରଷା ରେ ଓଦା ହୋଇ କରି ପୁଣି

ବୋହୁଥିଲା ଦେହେ ଝାଳ ।


ଦୁରେଇ ଯେ ଯାଇ ଆଗକୁ ଯେ ଗଲ

ଡର କେତେ ଲାଗୁଥିଲା

ଅଜଣା ଡରରେ ହୃଦୟ ମୋହର

କାହିଁକି ଯେ ଥରୁଥିଲା ।


ଚିକ ମିକ କରି ବିଜୁଳି ଯେ ଯେବେ

ମାରି ଟିକେ ଦେଇଥିଲା

ଲାଜୁଆ ହସ କୁ ମୁରିକି ଚାହାଣି

ହଁ ତୁମ କହିଦେଲା ।


ସେଇ ଦିନ ଠାରୁ ବର୍ଷା ସହ କାହିଁ

ସମ୍ପର୍କ ଯେ ଗଢିଅଛି

ବର୍ଷା ଦେଖିଦେଲେ ସ୍ମୃତି ମୋର ସବୁ

ତାଜା ଯେ ହେଇ ଯାଉଛି ।


Rate this content
Log in

Similar oriya poem from Romance