STORYMIRROR

Bidutprabha Mishra

Inspirational Others Children

4  

Bidutprabha Mishra

Inspirational Others Children

ଶିଶୁ ଶ୍ରମିକ

ଶିଶୁ ଶ୍ରମିକ

1 min
300


ଶିଶୁ ଶ୍ରମିକ ରେ ଶିଶୁ ଶ୍ରମିକମୁଁ 

ଖଟୁଥାଏ ପର ଘରେ,

ବାସନମଜାଠୁଁ ଘର ସଫା ଯାଏଁ

ସବୁ କାମ ମୁହିଁ କରେ l

ବାଳୁତ ବୟସ.ଅନାବିଳ ହସ

ମୋ ପାଇଁ ସାତ ସପନ,

ଜୀବନରେ ଏତେ କଷଣ ସହିବା

ଅଟେ ମୋ ଭାଗ୍ୟ ଲିଖନ l

କାମରେ ଟିକିଏ ଭୁଲ ହୋଇଗଲେ

ଖାଇଥାଏ ମାଡ଼ ଗାଳି,

ଧିକ ମୋ ଜୀବନ ଗରିବ ଘରେ ମୁଁ

କାହିଁକି ଜନମ ନେଲି l

ବିଦ୍ୟାଳୟ କୁ ଯିବା ପିଲାମାନଙ୍କୁ

ଦେଖିଲେ ମୋ ବୟସର,

ଆଖିରୁ ମୋହର ବହିଯାଏ ଲୁହ 

ହୋଇକେତେ ଝର ଝର l

ବିଦ୍ୟାଳୟ ପୋଷାକ ମଧ୍ୟାହ୍ନ ଭୋଜନ

ଆମ ଭାଗ୍ୟରେ ନଥାଏ,

କାମ କରି କରି ଦିନ ସରିଯାଏ

ବିଦ୍ୟାଳୟ ଯିବ କିଏ l

ପ୍ଲାଷ୍ଟିକ ଦରିର ତଳେ ଆମ ଘର

ଛାତ ଆମ ଚିରା ଫଟା,

ରାତିରେ ଚାନ୍ଦ ଓ ଆକାଶର ତାରା

ଦିନରେ ଖରା ଆଉଟା l

ବାପା ମୋ ରୋଗୀଣା ମାଆମୋ ଦୁଃଖିନୀ

କରନ୍ତି ଶ୍ରମିକ କାମ,

କେବେ ପୁଣି ଜରି ଗୋଟାଇ ଥାଉ

ମିଳିମିଶି ସବୁ ସ୍ଥାନ l

ସରକାରଙ୍କର ସମସ୍ତ ଯୋଜନା

ଆମ ପାଇଁ ବାଟ ବଣା,

ନାମ ଆମ ଥାଏ କିଛିବି ମିଳେନା

ଖାଆନ୍ତି କିଏ ଜାଣେନା l

ଈଶ୍ୱର କରନ୍ତୁ ଏପିଲା ବୟସେ

କାହାକୁ ନମିଳୁ ଦୁଃଖ,

ସାହା ହୁଅ ହରି ନୀଳାଦ୍ରୀ ବିହାରୀ 

ହେ ପ୍ରଭୁ କଳା ଶ୍ରୀମୁଖ ll



Rate this content
Log in

Similar oriya poem from Inspirational