STORYMIRROR

Bijoy Jena

Inspirational Others Children

3  

Bijoy Jena

Inspirational Others Children

ଶିଶୁ ପ୍ରାର୍ଥନା

ଶିଶୁ ପ୍ରାର୍ଥନା

1 min
343

କେଡେ ସୁନ୍ଦର ଦିଶଇ ଆକାଶ

ସୂର୍ଯ୍ୟ ଚନ୍ଦ୍ରମା ତାରକା ପ୍ରକାଶ ।


ଦୂର ପାହାଡ଼ ପର୍ବତ ସାଗର

ସୃଷ୍ଟି ପାଳନାରେ ସଦା ତତ୍ପର।


ଫୁଲ ଫଳରେ ଶୋଭିତ ଉଦ୍ୟାନ

ବନ୍ୟ ଜନ୍ତୁରେ ପୂରିତ କାନନ।


ବହେ ପବନ ସର୍ବତ୍ର ଧରାରେ

ଅଗ୍ନି ପ୍ରଜ୍ବଳିତ ନିଜ ତେଜରେ।


ପ୍ରତି ପ୍ରଭାତେ ଫୁଟଇ କୁସୁମ

ଦେଖି ଆନନ୍ଦେ ଭରଇ ମୋ ମନ।


ପିତା ମାତାଙ୍କ ହୃଦୟେ ପୀରତି

ପାଇ ଲଭିଛୁ ମନରେ ଶକତି।


ଗୁରୁ ଚରଣରେ ଆମ ଭକତି

ସତ କହିବାକୁ ସଦା ଶିଖାନ୍ତି।


ଆହା ଈଶ୍ୱର ଦୟାର ସାଗର

ନିତି ପାଳନ୍ତି ଆମର ସଂସାର।


ତାହା ସୁମରି ବଂଚିବା ଶିଖାଅ

ଏଇ ବାଟେ ଯିବା ପାଇଁ ବତାଅ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational