STORYMIRROR

Kalandi pal

Inspirational

4  

Kalandi pal

Inspirational

ଶିଶୁ ହିତ ବାଣୀ

ଶିଶୁ ହିତ ବାଣୀ

1 min
201

ମଣିଷ ଜୀବନ ଦୁର୍ଲ୍ଲଭ ଜୀବନ

  ଏହା ଈଶ୍ୱରଙ୍କ ଦାନ

ସତ୍ୟ ଧର୍ମ ନ୍ୟାୟ ପଥରେ ଚାଲିଲେ

   ହୁଏ ଦୁର୍ଲ୍ଲଭ ଜୀବନ.

ଧନରେ, ମନେ ରଖି ଏ ବଚନ. l1l 


ଜୀବନ ଗଢ଼ା ତୋ ପ୍ରଥମ ଗୁରୁଠୁଁ

   ପିତାମାତା ତୋ ଈଶ୍ୱର

ପିତୃମାତୃ ସେବା ବାକ୍ୟ ପାଳନରେ

   ନ ହେବୁ କେବେ ଅନ୍ତର.

ଧନରେ, ପ୍ରଣାମ ସଦା ପୟର. l2l


ମଧୁର ବଚନ କହିବୁ ସଭିଙ୍କୁ

  ମୋହିବୁ ସବୁରି ମନ

ପର ଦୁଃଖେ ଦୁଃଖୀ ପର ସୁଖେ ସୁଖୀ

  ହୋଇ କାଟିବୁ ତୁ ଦିନ.

ଧନରେ, ଧନ୍ୟ ହେବ ତୋ ଜୀବନ. l3l


ଗୁରୁ ଗୁରୁଜନେ ଭକତି ତୋ ମନେ

  ଲଘୁଙ୍କୁ ଶ୍ରଦ୍ଧା ବାଣ୍ଟିବୁ.

ନ ଭାବିବୁ କେବେ କାହାକୁ ତୁ ପର

  ଧୈର୍ଯ୍ୟ ହରା ତୁ ନୋହିବୁ.

ଧନରେ, ବିପଦ ସାମ୍ନା କରିବୁ. l4l


ଲୋଭ, ହିଂସା, ମୋହ ମନରୁ ତେଜିବୁ

  ସତସଙ୍ଗ ଲଭିବୁ ତୁହି.

ଅସହାୟେ ସଦା ସହାୟ ହୋଇବୁ

  ସେବା କାର୍ପଣ୍ୟ ତୁ ଦେଇ.

ଧନରେ, ମଧୁର ବଚନ କହି. l5l


ପରର ଅନିଷ୍ଟ ପର କଥା କେବେ

  ତୁଣ୍ଡରେ ଧରିବୁ ନାହିଁ.

କାହା ମନେ କଷ୍ଟ ଦେବୁ ନାହିଁ ଧନ

  ସବୁ ଦେହେ ଭାବଗ୍ରାହୀ.

ଧନରେ, ଆତ୍ମା ରୂପେ ଛନ୍ତି ରହି. l6l

    



Rate this content
Log in

Similar oriya poem from Inspirational