STORYMIRROR

SARATA KUMAR DAS

Inspirational

3  

SARATA KUMAR DAS

Inspirational

ଶିଶୁ ଦିବସ

ଶିଶୁ ଦିବସ

1 min
460


ବଜାରେ ବଜାରେ ବାଇଦ ବଜା

ତୁରୀ,ଭେରୀ ପୁଣି ମାଦଳ ବଜା ।।

ବରଷକ ଥରେ ଶିଶୁ ଦିବସ

ସବୁ ଶିଶୁଙ୍କର ମନ ହରଷ  ।।


ମାସ ନଭେମ୍ବର ଚଉଦ ଜାଣ

ଚାଚା ନେହେରୁଙ୍କ ଜନମ ଦିନ ।।

ଶିଶୁମାନଙ୍କର ମାର୍ଗ ଦର୍ଶକ

ନେହେରୁଙ୍କ ନାମେ ଖ୍ୟାତି ଯେତକ ।।


ଭରିଥିଲେ ଶିଶୁ ମୁହଁରେ ହସ

କରିଥିଲେ ମିଠା କଥାରେ ବଶ  ।। 

ସଦା ହସ ହସ ମୁହଁ ତାଙ୍କର

ଶିଶୁଙ୍କ ମେଳରେ ଖୁସି ତାଙ୍କର ।।


ତାଙ୍କ ଜନ୍ମ ଦିନ ଶିଶୁଙ୍କ ପାଇଁ 

କଲେ ସମର୍ପିତ ହରଷ ହୋଇ ।।

ଶିଶୁଙ୍କର ପାଇଁ ଦିନଟି ଗଣା

ଶିଶୁଙ୍କ ଦିବସ ନାମରେ ଜଣା ।।


ଆସ ଆସ ପିଲେ ଏକାଠି ହେବା

ଚାଚାଙ୍କ ନାମରେ ଶପଥ ନେବା ।।

ଗଢିବା ଭାରତ ସ୍ବଚ୍ଛ ସୁନ୍ଦର 

ହୃଦୟେ ଚିନ୍ତିବା ପରମେଶ୍ଵର ।।


ପିତାମାତା ଆମ ବଡ ଠାକୁର

ନ ଦେବା ମନରେ ଦୁଃଖ ତାଙ୍କର ।।

ମଧୁର ବଚନେ ମୋହିବା ମନ

ସେବା ଭକତିରେ କାଟିବା ଦିନ ।।


ଆସରେ ଆସରେ ସଭିଏଁ ଆସ

ହସି ହସାଇବା ରଖିବା ଯଶ ।।

ଶିଶୁ ଦିବସରେ ଶିଶୁ ଗୌରବ

ଆଣିଦେବ କେତେ ନୂଆ ବିଭବ ।।


ଶିଶୁ ଅଧିକାର ଶିଶୁ ସମ୍ମାନ

ଶିଶୁର ପ୍ରଗତି ଆମର ପଣ ।।

ଉଚ୍ଛେଦ କରିବା ଶିଶୁ ଶ୍ରମିକ 

ରଖିବା ଶିଶୁଙ୍କ ବିବେକ ଟେକ ।।


ଶିଶୁ ଦିବସରେ ଶପଥ ନେବା

ଶିଶୁ ନିର୍ଯ୍ଯାତନା ଉଠାଇଦେବା  ।।

ଆଜିର ଶିଶୁ ଯେ କାଲି ଯୁବକ

ଦେଶ ମାତୃକାର ଯୋଗ୍ୟ ସୈନିକ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational