ଶିଶୁ ଦିବସ
ଶିଶୁ ଦିବସ
ନଭେମ୍ବର ଚଉଦ ଶିଶୁ ଦିବସ,
ଚାଚା ନେହେରୁଙ୍କ ସ୍ମୃତି ଦିବସ l
ଶିଖାଇଲେ ଶିଶୁ ସେ ଦୁନିଆଁ ହସ,
ଶିଶୁ ହିଁ ଜଗତେ ଭରେ ସୁବାସ l
ଶିଶୁ ହିଁ ଦେଶର ଭାବୀ ନାଗରିକ,
ଦେଶ ଭବିଷ୍ୟତ ଉତ୍ତମ ଶାସକ l
ଶିଶୁର ସପନେ ଅନେକ ଆଶା,
ଭାବିଥାଏ ସେ ହିଁ ଦୁନିଆଁ ଭରସା l
ମନରେ ଥାଏ ତା' କେତେ ସପନ,
ଛୋଟ ଶିଶୁ ସତେ କୋମଳ ମନ l
ଶିଶୁ ପୁଣି କିଛି କଞ୍ଚା ମାଟି ପରି,
ଶିଶୁ ସତେ ଏକ ଫୁଲ କଢ଼ି ପରି l
ଶିଶୁ ଦିବସେ ତାଙ୍କୁ ଦେବା ସଜାଇ,
ଜ୍ଞାନ ବିଜ୍ଞାନେ ସେ ମହାନ ହୁଅଇ l
ଶିଶୁ ନେହେରୁଙ୍କ ଗୋଲାପର ଫୁଲ,
ତୋଳ ସୁଚରିତ୍ରେ ଶିକ୍ଷାର ମହଲ l
ଶିଶୁ ଦିବସରେ ଶିଶୁ ହିଁ ମହାନ,
କଳା କୌଶଳତା ପ୍ରତିଭା ସମ୍ମାନ l
ଶିଶୁ ଦିବସରେ ସୁରଭି ପ୍ରତିଭା,
ବାଣ୍ଟିଥାଏ ଶିଶୁର ଅମ୍ଳାନ ଆଭା l