STORYMIRROR

Prasanta kumar Hota

Inspirational

3  

Prasanta kumar Hota

Inspirational

ଶିଶୁ ଦିବସ ଉପଲକ୍ଷେ

ଶିଶୁ ଦିବସ ଉପଲକ୍ଷେ

1 min
14.8K


ଫୁଲ ମଧ୍ୟେ ଫୁଲ ସେ ଫୁଲ ଗୋଲାପ

ଚାଚା ନେହେରୁଙ୍କ ପ୍ରିୟ

ନେତା ସେ ଆମର ଭାରତବାସୀର

ପ୍ରତି ରକ୍ତେ ଭାରତୀୟ।

ପାଇବାକୁ ଖୁସି ଶିଶୁଙ୍କ ମୁହଁ ରେ

ଆଣିଲେ ଶିଶୁଙ୍କ ହସ

ଜନମ ଦିନକୁ ଉତ୍ସର୍ଗୀତ କଲେ

କରି ଶିଶୁଙ୍କ ଦିବସ

କହନ୍ତି ଆଗାମୀ ନାଗରିକ ସିଏ

ଆଜି ଯିଏ ଶିଶୁ ଥାଏ

ଯତନ କରିଲେ ଶିକ୍ଷା ସଂସ୍କାରରେ

ଦେଶ ମାନ ରଖିଥାଏ।

ପ୍ରଥମ ଭାରତ ପ୍ରଧାନମନ୍ତ୍ରୀ ସେ

ବୁଝିଥିଲେ ଶିଶୁ ମନ

ଏଦେଶ ମାଟିର ଗୌରବ ଆସିବ

ଶିଶୁ ଠାରେ ଥିଲେ ଧ୍ୟାନ।

ତାଙ୍କ ନୀତି ପାଇ ଆଣିଛି ଏ ଦେଶ

ଶିଳ୍ପ ପତି ଆବାହନ

ମହାତ୍ମାଙ୍କ ପ୍ରିୟ ପଟେଲେଙ୍କ ସ୍ନେହ

ପାଇକଲେ ନିରିମାଣ।

ନବ ଭାରତର ନବ ପୁରୋଧା ସେ

ପଞ୍ଚଶୀଳ ନୀତି କଲେ

ଆପଣା ବଳରେ ପରିଚିତ ହେଲେ

ବିଶ୍ଵକୁ ସନ୍ଦେଶ ଦେଲେ।

ହେ ମହାନାୟକ ଏଦେଶ ରକ୍ଷକ

ସାହାସରେ ଅପ୍ରମିତ

ଖେଳକୁଦଠାରୁ ମୂଦ୍ରାନୀତି ଯାଏ

ସବୁଥିରେ ଦେଲ ଟେକ

ଚାଲିଗଲ ସିନା ଏ ଧରା ସାଗରୁ

ଦେଇଗଲ ଜନ୍ମଦିନ

ପାଳିବାକୁ ଶିଶୁ ଦିବସର ଲକ୍ଷେ

ଧନ୍ୟ ଏ ଦେଶ ସନ୍ତାନ।

ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational