STORYMIRROR

Bauribandhu Lenka

Inspirational

4  

Bauribandhu Lenka

Inspirational

ଶିଶୁ ଆମେ ଦେଶ ଭବିଷ୍ୟତ

ଶିଶୁ ଆମେ ଦେଶ ଭବିଷ୍ୟତ

1 min
342


ଆମେ ସବୁ ଟିକି ଟିକି ପିଲା

ନିଷ୍ପାପ ଓ କୋମଳ କଳିକା

ପ୍ରଜାପତି ସମ ଉଡିବୁଲୁ

କେ ବାଳକ କିଏ ବା ବାଳିକା ॥


ଆମ ଦେଶ ଭବିଷ୍ୟତ ଆମେ

ହେବୁ ଦିନେ ଦେଶର ଶାସକ

ଆମ ମଧ୍ୟ ରହିଛନ୍ତି କେତେ

ଶିଳ୍ପୀ ପୁଣି କେତେ ବୈଜ୍ଞାନିକ ॥


କେ ହେବ କୃଷକ ଏ ଦେଶେ

କେ ହୋଇବ ବୀର ସଇନିକ

କେ କୁଶଳୀ କାରିଗର ହେବ

କେ ହୋଇବ ସଂଗୀତ ସାଧକ ॥


ରଚିଯିବୁ ପ୍ରତି କ୍ଷେତ୍ରେ ଆମେ

କେତେ ନୂଆ ନୂଆ କୀର୍ତ୍ତିମାନ

ସାରା ଜଗତରେ ଆମ ଦେଶ

ସବୁଠାରୁ ହେବ ମହୀୟାନ ॥



Rate this content
Log in

Similar oriya poem from Inspirational