STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଶିଶିର ଋତୁ ହେମନ୍ତ

ଶିଶିର ଋତୁ ହେମନ୍ତ

2 mins
9

      ଶିଶିର ଋତୁ ହେମନ୍ତ
     ============
ରୁଚିର ଶରତର ଅନ୍ତେ l
     ହେମନ୍ତ ଆସିଲା ଜଗତେ ll
କାର୍ତ୍ତିକ ମାର୍ଗଶିର ଦୁଇ l
        ରାତିରେ ଶିଶିର ପଡ଼ଇ ll
କାର୍ତ୍ତିକେ ପୂଜା ଦମୋଦର l
      ଲକ୍ଷ୍ମୀଙ୍କ ମାସ ମାର୍ଗଶୀର ll
ମାସଙ୍କ ମଧ୍ୟେ ମାର୍ଗଶିର l
        ମୁହିଁ କହିଲେ ବିଶ୍ୱାଧାର ll
ପ୍ରଭାତୀ ଶିଶିରର ବିନ୍ଦୁ l
  ଘାସରେ ଶୋଭା କାଚ କେନ୍ଦୁ ll
ଅଳପ ଲାଗିଲାଣି ଶୀତ l
         କାଢ଼ ଚଦର ଶୀତ ବସ୍ତ୍ର ll
ଗଙ୍ଗ ଶିଉଳି ଫୁଲ ଫୁଟି l
        ଝଡ଼ଇ ପ୍ରଭାତରୁ ଲୋଟି ll
ନିର୍ମଳ ଜଳ ସରସୀରେ l
       ହରିତ ଶୋଭା ଜଗତରେ ll
ଉଲ୍ଲାସେ ଫୁଟନ୍ତି କୁମୁଦ l
         ପଙ୍କଜ ଭଜିଲେଣି ନିଦ ll
ନିଉନ ହୋଇଲା ଦିବସ l
       ପ୍ରଭୁଙ୍କ ଜାମାଲାଗି ବେଶ ll
କେଦାରେ ପକ୍ବ ଶସ୍ୟ ଦେଖି l
        କୃଷକେ ହେଉଛନ୍ତି ସୁଖି ll
ମାର୍ଗଶିରରେ ମାଣବସା l
         ଉତ୍କଳ ଘରଣୀର ଓଷା ll
କାଟିଣ ଚଷାଭାଇ କ୍ଷେତ l
      ଆନନ୍ଦେ ଗାଉ ଅଛି ଗୀତ ll
ଆସିବେ ଧାନ୍ୟଲକ୍ଷ୍ମୀ ଘରେ l
        ଆନନ୍ଦ କିଏ କଳିପାରେ ll
ଏମନ୍ତେ ହେମନ୍ତ ସରିଲା l
        ଦାରୁଣ ଶୀତ ପ୍ରକାଶିଲା ll
ପ୍ରଭୁ ହୋଇଲେ ଘୋଡ଼ଲାଗି l
    ଶୀତ ଶେଷରେ ଜଳେ ଅଗି ll
ବସନ୍ତ ଆଗମନ ଜାଣି l
    ସଜ ହୋଇଲେ ବୀଣାପାଣି ll
ଧନ୍ୟ ହେ ଜଗତ ସ୍ଥପତି l
      ନମସ୍ତେ ନମସ୍ତେ ଭାରତୀ ll
            🙏🙏🙏
               ଅର୍ଜୁନୀ
             ------------
ଅର୍ଜୁନୀ ଚରଣ ବେହେରା
ମୋ -7693091971


Rate this content
Log in

Similar oriya poem from Inspirational