STORYMIRROR

Krushna Chandra Dakua

Classics

3  

Krushna Chandra Dakua

Classics

ଶିଶିର ଭିଜା ସକାଳ

ଶିଶିର ଭିଜା ସକାଳ

1 min
350

ଜୀବନ ଯାତ୍ରାର ପୂର୍ଣ୍ଣତା ଅପେକ୍ଷାରେ

ମନରେ ଅହେତୁକ ବ୍ୟାକୁଳତା ଓ ଆକାଂକ୍ଷା

କାଳେ ପ୍ରାପ୍ତି ହୋଇଯିବ

ଏ ଜୀବନର ପୂର୍ଣ୍ଣତା

ବାରମାସୀ ଚାତକ ସାଜି

ଶେଷରେ ଅପେକ୍ଷା

ଏଇ ଶିଶିର ଭିଜା ସକାଳକୁ


ଜୀବନ ସର୍ବଦା କଣ୍ଟକିତ ନୁହେଁ ବରଂ

ନିଜେ ନିଜକୁ ସଜେଇ ଓ ମଜ୍ଜେଇ ପାରେ

ଈଶ୍ୱରଙ୍କ ନିକଟରେ,

ହେଲେ ଶକ୍ତି,ସାମର୍ଥ୍ୟତା ଓ

ଦୃଢ ମନବଳର ଢେର୍ ଆବଶ୍ୟକତା


ଡହ ଡହ ଖରାରେ ଅବା

ହିଂସ୍ର ମଣିଷର ପରିବେଶରେ ବସା ବାନ୍ଧି

ଆଜି ନିଜେ ନିଜ ଜୀବନର ଶୀତଳତା ଚାହୁଁଛି

ଶିଶିର ଭିଜା ସକାଳର କାକର ବିନ୍ଧୁରେ


କେହି ଯଦିଓ ବତାଇ ଦିଅନ୍ତା

ଈଶ୍ୱରଙ୍କ ପାଖେ

ସମର୍ପିତ ହେବାର ରାସ୍ତା ତେବେ

ନିଶ୍ଚେ ପହଞ୍ଚି ପାରନ୍ତି ଗନ୍ତବ୍ୟ ସ୍ଥଳରେ

ଏବଂ ପାଇ ପାରନ୍ତି ଈଶ୍ୱରଙ୍କୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics