Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhusmita Prusty

Inspirational

3  

Madhusmita Prusty

Inspirational

ଶିଳ୍ପୀ

ଶିଳ୍ପୀ

1 min
200



ଆବର୍ତ୍ତମାନରୁ ମନ୍ଦିର ପ୍ରସ୍ତରେ 

ଖୋଦିତ ଶିଳ୍ପୀର କଳା, 

ବିମୁଗ୍ଧ ଅଟେ ସେ ମନମୁଗ୍ଧକର 

ଧନ୍ୟ ସେ ପ୍ରସ୍ତର ଶୀଳା ।


ପାଷାଣ ଶରୀରେ ଶକ୍ତ ପ୍ରହାରରେ 

ଖୋଦିତ କଳା ସମ୍ଭାର, 

ଐସୋର୍ଯ୍ୟମୟ ଭାବର ଆବେଗ 

ଦୀପ୍ତିମାନ କାରିଗର ।


କଳିଙ୍ଗ ମାଟିର କୋଣାର୍କ,ଧଉଳି 

ଲିଙ୍ଗରାଜ,ନୀଳାଚଳ, 

ଅବର୍ଣ୍ଣନୀୟ ସେ କଳା ଓ ସ୍ଥାପତ୍ୟ 

କିର୍ତ୍ତୀରାଜି ଯେ ବିରଳ ।


ଶିଳ୍ପୀ ଅନୁଭବ ଭାବ ଅନୁରାଗ 

ସ୍ୱପ୍ନମୟ କାରୁକାର୍ଯ୍ୟ, 

ଜୀବନ୍ତ କରଇ ପ୍ରସ୍ତର ଶୀଳାକୁ 

ଗଢ଼ଇ କଳ୍ପନା ସୌର୍ଯ୍ୟ ।


ପ୍ରତିଟି ମୂର୍ତ୍ତୀରେ ଶିଳ୍ପୀର କଳ୍ପନା 

ପ୍ରସ୍ଫୁଟିତ ମନୋଭାବ, 

ନିହାଣ ମୁନରେ ଉଦ୍ଜୀବିତ କରେ 

ସ୍ୱପ୍ନଭରା ଅନୁରାଗ ।


ପ୍ରାଚୁର୍ଯ୍ୟ ଭରା ଏ କିର୍ତ୍ତୀରାଜି ସବୁ 

ବିଦ୍ୟମାନ କଳିଙ୍ଗରେ, 

ଇତିହାସ ସାକ୍ଷୀ ରହିଅଛି ସିନା 

ଖୋଦିତ ଶିଳ୍ପ କଳାରେ ।


ଭାରତ ଭୂମିରେ ଅଛି ବିଦ୍ୟମାନ 

ଶୀଳାରୁପି କାରୁକାର୍ଯ୍ୟ, 

ଧନ୍ୟ କାରିଗର ଧନ୍ୟ ତୁମ କଳା 

ଧନ୍ୟ ତୁମ କିର୍ତ୍ତୀରାଜ ।




Rate this content
Log in

Similar oriya poem from Inspirational