ଶିକ୍ଷକ ଦିବସ
ଶିକ୍ଷକ ଦିବସ
(ରାଗ:- ନଟବାଣୀ)
ପାଞ୍ଚ ସେପ୍ଟେମ୍ବର ଗୁରୁଙ୍କ ଦିବସ
ପାଳିତ ଟି ତାହା ଏ ସମଗ୍ର ଦେଶ !!
ସର୍ବପଲ୍ଲୀ ରାଧାକୃଷ୍ଣନ ଜନମ
ଶ୍ରଦ୍ଧାଞ୍ଜଳି ତାଙ୍କ ଚରଣରେ ଆମ !!
ରାଷ୍ଟ୍ରପତି ଥିଲେ ଦ୍ବିତୀୟ ଦେଶର
ଯୋଗଦାନ ଶିକ୍ଷାର କ୍ଷେତ୍ରେ ଅପର !!
ପାଞ୍ଚ ସେପ୍ଟେମ୍ବର ଜନମ ତାଙ୍କର
ଗୁରୁ ଦିବସ ରୂପେ ପାଳିତ ତାର !!
ସ୍କୁଲ କଲେଜରେ ଶିକ୍ଷକ ଦିବସ
ପାଳନ କରୁଛି ଏ ଭାରତବର୍ଷ !!
ଜ୍ଞାନେଭୂଷିତରେ କରେ ଟି ଶିକ୍ଷକ
ଚରଣେ ତାଙ୍କ ଶିଷ୍ୟ ନତମସ୍ତକ !!
ଛାତ୍ରଛାତ୍ରୀ ମଧ୍ୟେ ଜ୍ଞାନ ବୁଣି ଦିଏ
ବ୍ୟକ୍ତିତ୍ଵବିକାଶ ଜୀବନେ କରାଏ !!
କି ଦେଇ ପୂଜିବି ଆହେ ଗୁରୁଦେବ
ଏ ଜୀବନ ତୁମ ଶିକ୍ଷା ସମଭବ !!
ପୌରାଣିକ କାଳୁ ଆଦର୍ଶ ଗୁରୁଙ୍କ
ନୂଆ ଏ ଭାରତେ ଗୁଞ୍ଜୁଛି ସର୍ବାଙ୍ଗ !!
ଏକଲବ୍ୟ ପରି ଶିଷ୍ୟ ଏ ଭାରତେ
ଶିକ୍ଷା ଦେଉଅଛି ଶିଷ୍ୟଙ୍କୁ ନିତ୍ୟେ !!
ଅଙ୍ଗୁଳି କୁ କାଟି ସେ ଦେଲା ଦକ୍ଷିଣା
ଦ୍ରୋଣାଚାର୍ଯ୍ୟ ଗୁରୁ କଲେ କାମନା !!
ବ୍ରହ୍ମା ବିଷ୍ଣୁ ପରା ସାକ୍ଷାତ ସେ ଗୁରୁ
ଗୁରୁ ମହେଶ୍ୱର ଭକତି ଟି ଧରୁ !!
