STORYMIRROR

Tapaswini DashSarangi

Classics Inspirational Others

3  

Tapaswini DashSarangi

Classics Inspirational Others

ଶିକ୍ଷାର ରକ୍ଷକ ତୁମେ ହେ ଶିକ୍ଷକ

ଶିକ୍ଷାର ରକ୍ଷକ ତୁମେ ହେ ଶିକ୍ଷକ

1 min
208

ଶିକ୍ଷାର ରକ୍ଷକ ତୁମେ ହେ ଶିକ୍ଷକ

ତୁମେ ଗୁରୁ ତୁମେ ବିଦ୍ୟା ଆବାହକ।

ତୁମରି ହାତରେ ଆମ ଭବିଷ୍ୟତ

ଦିଅ ସତଜ୍ଞାନ ହେବୁ ଜ୍ଞାନବନ୍ତ।

ଶିକ୍ଷାର ରକ୍ଷକ ତୁମେ ହେ ଶିକ୍ଷକ

ଜ୍ଞାନଗୁରୁ ଆହେ ପଥପ୍ରଦର୍ଶକ।

ଜ୍ଞାନରାଜ ପୁଣି ଜ୍ଞାନର ସାଧକ

ତୁମେ ପଥ ହେଲେ ଆମେ ଯେ ପଥିକ।

ଶିକ୍ଷାର ରକ୍ଷକ ତୁମେ ହେ ଶିକ୍ଷକ

ସତଚିନ୍ତନର ତୁମେ ଉପଦେଶକ।

ମୂର୍ଖତା ତିମିର ଅପସରି ଯାଏ

ତୁମ ହସ୍ତ ଯଦି ଶିର ପରେ ଥାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics