ଶିଖରଚଣ୍ଡୀରେ ଆମ ବଣଭୋଜି
ଶିଖରଚଣ୍ଡୀରେ ଆମ ବଣଭୋଜି
ଶିଖରଚଣ୍ଡୀରେ ଆମ ବଣଭୋଜି
===============
ରାଜଧାନୀ ପାଶେ ଅତି ମନୋହର
ଶିଖରଚଣ୍ଡୀଙ୍କ ଗିରି l
ଗିରିପରେ ଆମ ବଣଭୋଜି ହେଲା
ଦିନ ଛଅ ଫେବୃଆରୀ ll
ରୁଣ୍ଡୀଭୂତ ହେଲେ ସାଥୀ ସବୁ ଆସି
କେତେ ଦୂର ଦୁରାନ୍ତରୁ l
ଗଦାଧର ଗଦା ବୁଲେଇ କରିଲେ
ଆମ ସମ୍ମିଳନୀ ସୁରୁ ll
ପ୍ରଦୀପ, ମନ୍ଦର, ବନ୍ଧୁ ନିରାକାର
ଯେତେ ଟୋକା ଭଦ୍ରକିଆ l
ନନ୍ଦି ଭାଇ ସବୁ ଫନ୍ଦୀ କରି ଆଣି
ବନ୍ଧୁଙ୍କୁ କରିଲେ ଠିଆ ll
ନିର୍ଭୟ ନବୀନ ଅଭୟେ କହିଲେ
ସଭାରେ ପଡ଼ିଲା ତାଳି l
କଟକୁ ନମିତା ଦେଲେ ହୁଳହୁଳି
ହରିବୋଲ ବନମାଳୀ ll
ଧନ୍ୟ ବ୍ରଜଭାଇ କହିଲ ବୁଝାଇ
ବନ୍ଧୁତ୍ୱ ମହତ୍ତ୍ଵ କଥା l
ସ୍ଵୟଂ ଭଗବାନ ପଛେ ବସି ଥିଲେ
ପାଶେ ହିମାଂଶୁ ଦେବତା ll
ଏ ବନ୍ଧୁ ବନ୍ଧନ ଅତୀବ ମହାନ
ଝୁରନ୍ତି ଦେବତା ଯାକୁ l
ଅସ୍ତବ୍ୟସ୍ତ ହୋଇ ଶ୍ରୀକାନ୍ତ ବାବାଜୀ
ଉଡ଼ି ଆସିଲେ ଏଠାକୁ ll
ଆଉ ବନ୍ଧୁ କଥା କି କହିବି ଭାଇ
ଅନେକ ହୋଇବ ସିନା l
ଏଥର କହୁଛି ଅଳପ ଟିକିଏ ଯାହା
ହେଲା ଖାନା ପିନା ll
ଡାଲି ଭାତ ସଙ୍ଗେ ଭଜା ପୁଣି ଖଟା
ମାଛ ମାଂସ ତରକାରୀ l
ସୁସ୍ୱାଦୁ ବ୍ୟଞ୍ଜନ ପାଟିରୁ ନ ଯିବ
ଶେଷକୁ ପାମ୍ପଡ଼ ଖିରି ll
ଆମେ ସର୍ଵ ସାଥି ହୃଦୟେ ନିର୍ମଳ
ନିର୍ମଳ ଆମ ଭାବନା l
ଗାଡ଼ିଆ ପାଣିଟି ଶାସ୍ତ୍ରରେ କଥନ
ହୁଏ ଗଙ୍ଗାଜଳ ସିନା ll
ମୋହିନେଲେ ମନ ଶ୍ରୀମନମୋହନ
କଥା ଦୁଇ ପଦ କହି l
ଦୀର୍ଘଜୀବି ହେଉ ଆମ ଏ ବନ୍ଧନ
ସବୁ ଆମ୍ଭେ ଭଗ୍ନୀ ଭାଇ ll
ଧନ୍ୟବାଦ ଧନ୍ୟବାଦ ଯଦୁ ଭାଇ
ଧନ୍ୟ ଧନ୍ୟ ତୁମେ ଧନ୍ୟ l
ଭୋଜିଶେଷେ ସମସ୍ତଙ୍କୁ ଭୁଞ୍ଜାଇଲ
ଆଣି ବନାରସୀ ପାନ ll
ଶୁଣ ସବୁ ସାଥି ଆମ ବଣଭୋଜି
କଥା ଏଇଠି ରହିଲା l
କହିବେ ଟିକିଏ ଆହେ ସାଥି ଗଣ
ଭୋଜି କିପରି ରହିଲା ll
ଜୟ କୃପାମୟୀ ଶିଖରଚଣ୍ଡୀ ଲୋ
ବସିଛୁ ପର୍ବତ ମଣ୍ଡି l
ତୋ କୃପାରୁ ସିନା ଆମ୍ଭେ ସର୍ଵସାଥୀ
ପୀଠେ ହୋଇଥିଲୁ ରୁଣ୍ଡି ll
🙏🙏🙏
ଅର୍ଜୁନୀ
--------------
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧
