STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଶିଖଣ୍ଡ ମୁକୁଟ

ଶିଖଣ୍ଡ ମୁକୁଟ

2 mins
156

(3)

ଶିଖଣ୍ଡ ମୁକୁଟ

କବି ସୂର୍ଯ୍ୟ ବଳଦେବ ରଥ

ରାଗ - ଆଷାଢଶୁକ୍ଳ


ଶିଖଣ୍ଡ ମୁକୁଟ, ଶିଖିଛ ଭଲା ଆଜନମୁ କୂଟ (ଘୋଷା)


ହେଲା ଯେ ସକଳ ଗୁଣପ୍ରକଟ, ପୁରୁଷ ଜାତି ତୁମ୍ଭେ ମଧୁଲିଟ,

ନିରପରାଧେ ଅନୁରୋଧ ତୁଟ,କଞ୍ଜରୁଡେଇଁକୁଟଜକୁ ଚାଟ (1)


ପ୍ରତି ନିକୁଞ୍ଜେ ତାଳ ପହପଟ, ଅବଶେଷକୁ ସାକ୍ଷୀ ନଦୀତଟ,

ବ୍ରଜବଜାରେ ବସେ ଏହି ହାଟ, ପୁଣି ସାହସେ ନିୟମକୁ ହଟ (2)


କି ମନ୍ତ୍ରେ କରାଇ ମନ ଉଚ୍ଚାଟ , ଚାଟୁ କହୁ କହୁ ତୋଟିକି କାଟ ,

ବଚନ ସୁଧାସାର ପ୍ରତିଭଟ, ପେଟୁଟି ଯାକ ନିପଟ କପଟ (3)


ପ୍ରିୟାକୁ ପିନ୍ଧାଇ ସ୍ୱ ପୀତପଟ, ଆପେ ପିନ୍ଧିବା ତାହାଲାଗି ପଟl

ଆହା ଏଗୁଣ କରିବାକୁ ସ୍ପୁଟ, ଜରତେ ଘଟିବେ ନାହିଁ ଯେ ଭାଟ (4)


ହୋଇଗଲ କେଡେ ଅକଲ ଛୋଟ, ଚନ୍ଦ୍ର କେ ଲାକ୍ଷା ଲାଗି ହେଲା ଛିଟ l

ଏରୂପେ ଯେବେ ସକଳ ପାଲଟ, ମନମଥ ପେଷି ଥିଲା କି ଥାଟ (5)


ବୋଲାଅ ପରା ପ୍ରଣୟ ଲମ୍ପଟ, ଯେ କରେ ବିଶ୍ୱାସ ତାହାକୁ ଜଟ l

ଏ ରୀତିରୁ କେ ନ ବହିବ ରୁଟ, ରିଷିତ ହେଲେ ଛିଣ୍ଡାଇବେ ଜଟ(6)


ତୁମ୍ଭ ବୁଦ୍ଧିବଳ ପରା ନିରାଟ, ଯାଇ ଫିଙ୍ଗିଦେଇ ତୋଳ ତରାଟ l

ମାଳା କରିବାକୁ ସଞ୍ଚି ବରାଟ, ଫିଙ୍ଗିଲ ମଞ୍ଜୁଷୁ ହୀର କରାଟ(7)

ନୀପ ନିକୁଞ୍ଜ ଅବା କେତେ ବାଟ, ଶ୍ରମ ହୋଇଥିବ ବୋଲି ଉତ୍କଟ l

ଶ୍ରୀହସ୍ତେ ଚାଳି କୁସୁମ ଆଲଟ, କର ପରା ଉରଃ ସ୍ଥଳକୁ ଖଟ (8)


ହୃଦରେ ଲଦି ଯା ସ୍ତନ ସମ୍ପୂଟ, ପିଅ ଯାହା ସ୍ୱାଦୁ ଅଧରପୁଟ l

ସେ ଶେଯେ କରି କଞ୍ଜଦଳକୂଟ, ବସିଛି ଗିଳିବାକୁ କାଳକୂଟ (9)


ଆଉ ଯେ ହୁଅଇ ନାହିଁ ସେ ଲଟ, କିସ ହୋଇବ ହେଲେ ଛଟପଟ l

ଏତିକି ମୋ ପ୍ରାଣ ସଖିର ଭେଟ, କାଳକୁ ହୋଇଲାଣି ଅନିକଟ (10)


ହେବାରୁ ତୁମ୍ଭ ସ୍ନେହେ ଲଟପଟ, ଉତ୍ତମ ପକ୍ଷ ଛାଡିବାର ଘଟ l

ଯାହାର ଥିବ ତେଡିକି ଆକଟ, ଦେଖିବ ତୁମ୍ଭେ ତାହାରି ଶୁକଟ (11)


କରଜର ମୁନେ ଚିରି କନ୍ୟାଟ, ଯେ ଦେଖି ଫୁଲୁଥାଏ ତୁମ୍ଭ ନାଟ l

ଯେ ତୁମ୍ଭ ଦରଶନ ଚିତ୍ରପଟ, ତା ସୁଖେ ଛୁଟାଇଲ ଛାଟ (12)


ଜାଣି ଯେ ଯିବାର ଜମୁନା ଘାଟ, ଦେଖିବାକୁ ତାକୁ ଆଗେ ଝପଟ l

ବହ ଯାହାକୁ ରଚି ବାହାପଟ, କହ କି ଦୋଷୁ ନୁହଁ ତାହାପଟ (13)


ନିଶିତମ ହୋଇଥାଏ ବିକଟ, ଆସି ନଖେ ଠୁଙ୍କ ଯାହା କବାଟ l

ଯେ ତୁମ୍ଭ ସ୍ନେହବିଦ୍ୟା ବଡଚାଟ, କରି ଟିକି ତାକୁ ଏଡେ କପଟ (14)


ଜଳଦ ହୋଇଥାଏ ସର୍ବ ଘୋଟ, ଚପଳା ଦେଖୁଥାଇ ଝଟ ଝଟ l

ଦୂରୁ ଡାକୁଥାନ୍ତି ଯାମିକ ଭଟ, ଆସି ପରା ତୁମ୍ଭେ ତା ସେବା ଖଟ (15)


କର ଆହୁରି ତୁମ୍ଭେ ସର୍ପଘଟ, କୁଞ୍ଜ ଖବର କହୁଛି କରଟ l

କ୍ଷଣେ ଯତନ କଲେହେଁ ଆପଟ, ନବାସି ଯାଏ କି ଚମ୍ପକପୁଟ (16)


ଦେଖାଇ ମାମୁଁ ବୋଲି ଦ୍ୱଜରାଟ, କାଲି ଦେଉଥିଲୁଁ ଯା ନେତ୍ରେ ଅଟ l

ତୁମ୍ଭେ ତ ସେହି ଶ୍ୟାମ ବନ୍ଧୁ ଅଟ, ଶିକ୍ଷା କଲ କାହୁଁ ଏତେ କପଟ (17)


କାହିଁକି ଦେଲ ଏ ପ୍ରାଣ ସଙ୍କଟ, ନୋହୁଁ ବଳୀ ବକ କେଶି ଶକଟ l

କି ହେବ ଆଉ ହୋଇ ଭଟ ଭଟ, କର୍ମକୁ ଭର୍ମ ହେଲା ଆର କୁଟ (18)


ଶୁଣି ଭଣିଲେ ହସି ନବ ନଟ , ଆନ ସଙ୍ଗ ମୋର ହଟଚମଟ l

ଏକା ତୋ ସଖି ଜୀବନେ ମୋ ଘଟ, ତା ଜାଣେ ଅଷ୍ଟଦୁର୍ଗ ତୁରାସାଟ l

ଶିଖଣ୍ଡ ମୁକୁଟ, ଶିଖିଛ ଭଲା ଆଜନମୁଁ କୂଟ (19)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics