ଶିଖି ଗଲିଣି
ଶିଖି ଗଲିଣି
ଭଲ ପାଇବା ଶିଖି ଗଲିଣି
ଭଲ ପାଇଲିଣି ଗରମକୁ
ଗରମରୁ ବାହାରୁଥିବା ଝାଳକୁ
ଝଲରୁ ଜନ୍ମ ନେଉଥିବା
ଥଣ୍ଡା ପାଇବାର ଆଶାକୁ
ଭଲ ପାଇବା ଶିଖି ଗଲିଣି ।
ଭଲ ପାଇବା ଶିଖି ଗଲିଣି
ବିଛିର୍ନ୍ନତାକୁ ଏବଂ ନୀରବତାକୁ
ଆଉ ସେଥିରୁ ଜନ୍ମୁଥିବା
ବିଦ୍ରୋହର ଶୀତଲତାକୁ
ଆଉ, ସେଇ ଶୀତଲତାରୁ
ଜନ୍ମ ନେଉଥିବା
ଶାନ୍ତି ର ପରିଭାଷା କୁ ।
ଭଲ ପାଇବା ଶିଖି ଗଲିଣି, ଘୃଣାକୁ
ଘୃଣାରୁ ଜନ୍ମ ନେଉଥିବା
ସଂସାର ତ୍ୟାଗ ପଣକୁ
ମିଛ ସମ୍ପର୍କଠୁ ଦୂରରେ ରହି
ସତ୍ୟର ଅନୁସନ୍ଧାନ କରିବାକୁ
ସତରେ ଭଲ ପାଇବା ଶିଖି ଗଲିଣି ।

