STORYMIRROR

Dharmaraj Majhi

Thriller

3  

Dharmaraj Majhi

Thriller

ଶିକାରୀ

ଶିକାରୀ

1 min
311

ନୂଆ ଯୁଗର ଆରମ୍ଭ ତ ନୁହେଁ

ପ୍ରଥମ ନୈବେଦ୍ୟ ତ ନୁହେଁ

ଏମିତି ଚାଲିଛି

ଏମିତି ଚାଲିବ !!


ଚାରି ଯୁଗ ଗଲାାଣି,

ଉପବାସ ଆଉ ଉପହାସ

ଜନ୍ମରୁ ହିଁ ସ୍ଥିର

ଧ୍ରୁବ ସତ୍ୟ ପରି !!


କିଏ କଣ ପିନ୍ଧିବ ,

କିଏ କଣ ଖାଇବ,

କିଏ କେଉଠି ରହିବ,

କିଏ କଣ ??

ସବୁ ଚାରି ବେଦ

ଅସଂଖ୍ୟ ବେଦାନ୍ତରେ ଲିପିବଦ୍ଧ


ଆଗାମୀ ଦିନର

ପ୍ରସ୍ତୁତ ଥାଏ ପରିଚୟ ପତ୍ର

ବଡ଼ ବିଚିତ୍ର

ବିରୋଧାଭାସ ଅଦ୍ୟାବଧି ମାନୁଛି

ତଥାପି ନିରାଟ ସତ !!


କିଏ କରିଛି,

ଭବିଷ୍ୟତ ବାଣୀ

ପାରିଲା ଫରକ କରି

ସାମ୍ୟତା କେବେ ବି ହୁଏ ନା ବାରି,

ନିଜ ଭିତରେ,

ଅନ୍ୟମାନେ ହିଁ

ଭରୁଥାନ୍ତି ବିଷ ପବନରେ

ଅନେକ କରନ୍ତି ଚକ୍ରାନ୍ତ

ପ୍ରତାରଣା, ଛଳନା ଆଉ ଅବହେଳା କରି

କିଏ ଜଣେ ଚାହୁଛି

ମୋତେ ନିଜର କରି

ଚେଷ୍ଠା ବି କରୁଛୁ ବୁଝାଇବାକୁ ତା' ଭଲ ପାଇବା

ଇଚ୍ଛା ଅର୍ଥ ପରିବର୍ତ୍ତନ କରିବା

ବଦଳାଇ ଦେବାକୁ

ପ୍ରେମର ପରିଭାଷା !!


ତୁମେ ଟିକେ ବାଟ କଢ଼େଇ

ସୁଯୋଗ ଦେଲ ମାନୁଛି,

ଦଶ ରାତି ନ ହେଲେ ନାହିଁ ଦି ରାତି ତ ପଢିଛି

କହି ପାରେନା ବାଗ୍ମୀଙ୍କ ପରି ମାନୁଛି

ହେଲେ ମାନସାଙ୍କ ଲିଖିତlଙ୍କରେ

ତୁମେ ହିଁ ସ୍ଥିର କଲା

ବିଜେତା,

ଏବେ ଅନ୍ୟାୟ କରିବାକୁ କହୁଛ

ଛୋଟ ଛୋଟ କଥାରେ ଦୋଷ ଧରୁଛ,

ଟାଙ୍କିଆ ଧରି ବୁଲୁଚ

ଶିକାରକୁ କଳବଲ୍ କରୁଛ

କାହିଁକି ପ୍ରଦର୍ଶିତ କରୁଛ

ମୁଁ ବଳି ପଡୁ ଥିବା ଛେଳି ବୋଲି !!!


ଅପମାନିତ କରି

ଦୁର୍ବଳ କରି

ଦେଖାଇଲେ ଅତ୍ମୀୟତା

ବଢାଇଲେ ଭାବ

ଅଭାବରେ ହିଁ ଅଭାବ

ଲାଗୁଛି ଏ କୂଳରେ ଜନ୍ମ ହୋଇ

ମୁଁ କରିନି ତ ପାପ ???


ପଞ୍ଚମ ଯୁଗଟା

ତୁମେ ହିଁ ରଚନା କର

ଆଉ ସୃଷ୍ଟି ହେଉ ଆଉ ଏକ ଇତିହାସ

ମୁଁ ସମର୍ପିତ ,

ମାେ ଆବେଗର ଅଭିଧାନରେ

ହେବେ ନି ବିଚଳିତ,

ତୁମେ ଜଲ୍ଲାଦ ହୁଅ କି ଘାତକ

ଅବା ଶିକାରୀ,

"ହୁକୁମ ତାଲିମ ହୋ" !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller