STORYMIRROR

Kalandi pal

Inspirational

4  

Kalandi pal

Inspirational

ଶୀତରାତି

ଶୀତରାତି

1 min
257

ସମୟ ବଦଳେ  କାଳ ତ ବଦଳେ

   ବଦଳେ ପକୃତି ଚକ୍ର

ଭିନ୍ନ ଭିନ୍ନ କାଳେ  ବିଭିନ୍ନ ରୂପରେ

    ଦଇବର କାଳଚକ୍ର ।


ରୌଦ୍ର ତାପ ଗ୍ରୀଷ୍ମେ ଅସହ୍ୟ କଷଣେ

   ବର୍ଷକାଳେ ବାରିଧାରା

ଶୀତ ଋତୁ ଆସେ ଶୀତଳ ପରଶେ

    ବହେ ଥଣ୍ଡା ବାଆ ପରା ।


ଶୀତଳ ପବନେ ଅସ୍ତବ୍ୟସ୍ତ ଜନେ

   ପିନ୍ଧିଥାନ୍ତି ଶୀତବସ୍ତ୍ର

ହେଲେ ଅନୁକୂଳ ଏହି ବେଳକାଳ

   ବଣଭୋଜି ପାଇଁ ବ୍ୟସ୍ତ ।


ଶୀତୁଆ ଯାମିନି ଶିଶିର ସଙ୍ଗିନୀ

   ଟିପି ଟିପି ବିନ୍ଦୁ ଝରେ

ଘାସ ଗାଲିଚାରେ ଶିଶିର ବିନ୍ଦୁରେ

   ମୁକ୍ତା ପ୍ରାୟେ ତାହା ଝଳେ ।


ଚାନ୍ଦିନୀ ଜୋଛନା କରେ ଆନମନା

    ଶିଶିର ବିନ୍ଦୁରେ ପଡି

ଟଳ ମଳ ଭରେ ଆଖିର ପରଳେ

   ସତେ ମୁକ୍ତା ପଡେ ଝଡ଼ି ।


କୁହୁଡି ବେଷ୍ଟନୀ  ଗ୍ରାସେ ଏ ମେଦିନୀ

    ଦୃଷ୍ଟିପଥ ଅନ୍ତରାୟ

ଏକା ଅଧିଶ୍ୱର  ସତେ ଏ ବିଶ୍ୱର

    ଚତୁର୍ଦିଗ ଶୂନ୍ୟପ୍ରାୟ ।


ଶୂନଶାନ ସ୍ଥିତି  ଏହି ଶୀତ ରାତି

   ଶୀତର ପ୍ରକୋପ ଭାରି

ଜୀବଜନ୍ତୁ ସର୍ବେ  ଉଷ୍ମ ଅନୁଭବେ

   ଖୋଜନ୍ତି ଆଶ୍ରୟ ସ୍ଥଳୀ ।


ରାତ୍ରି ସହଚରୀ କେତେ ଫୁଲ କଢି

   ଶୀତ ରାତ୍ରି ତା ଆୟୁଷ

କେତେବେଳେ ଫୁଟି ଝରିଯାଏ ସେଟି

    ବୁଝିବା ଗହନ ଚାଷ ।


ଶିତେ ଥରୁଥାଏ  ବୁଲା ଜୀବଟିଏ

   ଉଷୁମ ଆଶ୍ରୟ ଖୋଜେ

ବିନା ଆଶ୍ରୟରେ ଅବା ବୃକ୍ଷ ମୂଳେ

   ଆଶ୍ରୟେ କାକର ଭିଜେ ।


ନିର୍ମଳ ଆକାଶ  ଜଳବାୟୁ ଶୁଷ୍କ

   ସ୍ୱଚ୍ଛତାର ପରିବେଶ

ଶୁଭ୍ର ଚନ୍ଦ୍ରତାପ  ଶୋଭଇ ଏ ଆପ

   ବିଚରଣେ ମନ ତୋଷ ।


Rate this content
Log in

Similar oriya poem from Inspirational