ଶୀତରାଣୀ ଭାରି ଭଲ
ଶୀତରାଣୀ ଭାରି ଭଲ
ତୁମେ ଆସି ଛୁଇଁ ଦେବା ପରେ ସତ
ଥରି ଉଠେ ଜାଡେ ଦେହ
ଭଲ ତୁମେ ନୁହେଁ ବୋଲି ଭାବଇ ନିର୍ବୋଧ ,
ପ୍ରକୃତରେ କିଏ କେତେ ଭଲପାଏ
ଜାଣେ ସିନା ଅନୁଭବୀ
ହୃଦୟର ଗଭୀରତା ମାପିବା ଦୁଃସାଧ୍ୟ ।
ବାହାରକୁ ଲାଗିଥାଅ ତୁମେ ସିନା
ଏଡେ କଠୋର ନିଷ୍ଠୁର
ଖାଦ୍ଯଶସ୍ଯ ଫଳଫୁଲେ ଭରିଦିଅ ଭଣ୍ଡାର,
ଲଭି ତୁମ ଶୁଭାଶିଷ ଶୀତରାଣୀ
ହସି ଉଠେ ଜୀବନ
ମୂର୍ତ୍ତିମନ୍ତ ହୁଅ ଧରି ଐଶ୍ବର୍ଯ୍ଯର ସମ୍ଭାର ।
ଠଣ ଠଣ ଗଣି ଗଣି ଟଙ୍କା
ମିଳେ ନାହିଁ ସାର୍ଥକତା
ଅସାର ଜୀବନ ଲକ୍ଷ୍ଯ ବ୍ଯର୍ଥ ଅବ୍ଯାପାର,
ଦିଅ ଶକ୍ତି ଋତୁ ଶୀତରାଣୀ
କରିଦିଅ ମନ୍ତ୍ରମୁଗ୍ଧ
ବଦଳୁ ମଣିଷ ମନ ଚରିତ୍ରକୁ ନିଜର ।।
