STORYMIRROR

Puspanjali Panda

Romance

3  

Puspanjali Panda

Romance

ଶୀତ

ଶୀତ

1 min
327

 ସନ୍ଧ୍ୟା ପହରର ଶୀତୁଆ ଛୁଆଁରେ

ଆନମନା ହୁଏ ହିଆ

ଆଖି ଖୋଜୁଥାଏ ,ମନ ଚାହୁଁ ଥାଏ

ଥରୁଟିଏ ତୁମ ଛୁଆଁ ।।

ଶୀତଥରା ରାତି ଧଡ଼ପଡ଼ ଛାତି

ଆଖିରୁ ସପନ ନେଇ

ରଙ୍ଗୀନ କରେ ତୁମରି ସ୍ମୃତି କୁ

ଅମା କୁ କରେ ପୁନେଁଇ ।।

ପହିଲି ସକାଳୁ ଥୁରୁଥୁରୁ ଶୀତ 

ମିତ କଥା କୁହେ କାନେ

ହଳଦୀବସନ୍ତ ଦେଖି ତୁମକଥା

ଭାବୁଥାଏମନେମନେ ।।

ଶୀତ ତ ଆସିଛି ଧରା ତ ହସୁଛି

ନିଆଁ ଉହ୍ମେଇର ମୋହ

ପ୍ରିୟତମ ତୁମେ ନାହଁ ପାଖେ ବୋଲି

ଅନ୍ତରୁ ଉଠୁଛି କୋହ ।।

ଶୀତ ଅନୁଭୂତି ତୁମ ବିନା ସାଥୀ

ହେବ କି ଅଧୁରା ମୋର

ଯେତେ ୠତୁ ଥାଉ ଶୀତ ପରି ଆଉ

କେହି ହେବେନାହିଁ ପ୍ରିୟବର।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance