STORYMIRROR

Shiba Charan Mahapatra

Romance

4  

Shiba Charan Mahapatra

Romance

ଶୀତ

ଶୀତ

1 min
220


ଆସୁଛ ଯଦି ଗୋ' ଆସୁନାହଁ କାଇଁ 

ଆପଣାର ପ୍ରିୟା ପରି

ଶୀତୁଆ ଖବର କୁହୁଡ଼ି ଚାଦର 

ଅଙ୍ଗେ ପରିଧାନ କରି..! 


ତୁମ ଆଗମନେ ଥରିଉଠୁ ଦେହ

ବିଲ ମାଳ କ୍ଷେତ ଓଠ

କୁଆଁରୀ କନିଆଁ ଗାଧୋଇଲା ବେଳେ

ଲାଜେ ନଇଁଯାଉ ତୁଠ..!


ବିବିଧ ପ୍ରସୂନ ସୁବାସରେ ହସୁ

ଗଗନ ମନ ପବନ 

ତୋ ଛାତି ଭିତର ଶୀତଳତା ନେଇ

ଆକାଶରେ ହସୁ ଜହ୍ନ..!


ବଣ ଜଙ୍ଗଲର ଆଦିବାସୀ ଯେତେ

ନିଆଁ ସଙ୍ଗେ ବସି ମିତ

ମାଦଲ ବାଜାକୁ ସଲପ ନିଶାରେ 

ତୋଳନ୍ତୁ ମଧୂ ସଂଗୀତ..!


ଦୂର୍ବାଦଳ ମୁଣ୍ଡେ ଚକମକ କରୁ

କାକର ବୁନ୍ଦା ମୁକୁତା

ପ୍ରିୟତମ ମନେ ପ୍ରିୟତମା ପାଇଁ 

ଭରିଯାଉ ନୂଆ ବ୍ୟଥା..! 


ତୁମ ଅପେକ୍ଷାରେ ବିତିଲା ରଜନୀ 

ନହେଲା ଦିଗନ୍ତ ଶେଷ

ତୁଚ୍ଛ ପ୍ରେମିକର କଳା କୀର୍ତ୍ତି ଦେଖି

କର କିବା ଉପହାସ..!


ଆସ ଆସ ବାରେ ସେଇ ପ୍ରିୟା ସାଜି

ଥରିଉଠୁ ସାରା ଦେହ

ତୁମ ଆଗମନେ ଆକାଶ ଛାତିଟା

କୋହଳ କରୁ ତା' କୋହ..!




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance