Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidulata Sahoo

Classics

4.5  

Bidulata Sahoo

Classics

ଶୀତ

ଶୀତ

1 min
527



କାକର ହକଳା ଘାସ ଗାଲିଚାରେ

              ପାଦ ଥାପିଥାପି ଥିରିଥିରି,

ଶୀତ ଆସିଲାଣି କାଲୁଆ ପବନ

              କୁହୁଡି, କାକର ସାଥେ ଧରି |


ସାଲ, ସୁଏଟର,ଚଦର,କମ୍ବଳ,

              ରହିଥିଲେ ଯେତେ ମୁହଁମାଡି,

ଏବେ ଦୋକାନରେ ସଜା ହୋଇଲେଣି

             ଚାରିଆଡେ ଦେଖ ଧାଡିଧାଡି |


ଶୀତଡରେ ଏବେ ନିଇତି ସୂରୁଜ

               ସକାଳୁ ଆସୁଛି ଡେରିକରି,

ବୁଢ଼ାବୁଢ଼ିମାନେ ସକାଳୁ ନଉଠି

               ଶୋଉଛନ୍ତି ହୋଇ ଘୋଡିଘାଡି |


ଶୀତସକାଳରେ ଗାଆଁ ଦାଣ୍ଡେ ଭିଡ

               ଧୁନି ଚାରିପଟେ ବସିବସି,

ଗପର ଆସର ଜମେଇ ଦିଅନ୍ତି

                ମଉସା,ପୁତୁରା,ଜେଜେ ମିଶି |


ଶୀତକୁ ନଡରି ଚାଷୀଭାଇ ଯାଏ

               ଗହୀର ବିଲକୁ ଧାନକାଟି,

ସୁନେଲି ଫସଲ ଦେଖିଦେଲେ କ୍ଷେତେ

               ଫୁଲି ଉଠିଥାଏ ତାର ଛାତି |


ପାଚିଲା କ୍ଷେତରେ ଲହଡି ଭାଙ୍ଗଇ

             କୋହଲା ପବନ ଶିରିଶିରି,

ଦେଖିଲେ ଲାଗଇ ଲକ୍ଷ୍ମୀଠାକୁରାଣୀ

              ସୁନା ଆଉଟି କି ଦିଏ ଢ଼ାଳି ।


ସୋରିଷ କ୍ଷେତରେ ସୁନାରଙ୍ଗ ଢ଼େଉ

              କାହିଁ କେତେଦୂରୁ ମନ ଟାଣେ,

ବାଡିରେବାଡିରେ ଗେଣ୍ଡୁଫୁଲ ଫୁଟି

              ଲକ୍ଷ୍ମୀଠାକୁରାଣୀ ମନ ଜିଣେ |


ପରିବା ବଜାରେ ପଶିଗଲେ ଏବେ

              ଗ୍ରାହକର ମନ ଉଠେ ମାତି,

କେଉଁଟାକୁନେବ,କେଉଁଟାଛାଡିବ

            ବିଚରା ସେ ପାରୁନାହିଁ ବାଛି |


କୋବି,ମୂଳା,ବିନ୍, ଟମାଟ,ଗାଜର,

              ପତ୍ରକୋବି,ଶିମ୍ବ ଆସିଲେଣି,

ପାଳଙ୍ଗ,କୋଶଳା,କ୍ୟାପ୍ସିକମ୍,ସାଥେ

             କାକୁଡି,ବିଟ୍ ବି ମିଶିଲେଣି |


ବାସିପଖାଳଟା ଶୀତଡରେ ଏବେ

              କାଞ୍ଜିତୋରାଣୀରେ ଲୁଚିଲାଣି ,

ଗରମ ଚାଆକୁ ଗରମ ପକଡି

               ମହମହ ହୋଇ ବାସିଲାଣି |


ସଞ୍ଜନଇଁଗଲେ ଚୁଲିମୁଣ୍ଡେ ଭିଡ

               ନିଆଁ କହେ ଏଠୁ ଯାଆନାହିଁ,

ପାଣିକି ଦେଖିଲେ ଡର ମାଡୁଅଛି

               କହେ ସେ ମୋ ଆଡେ ଆ ନାହିଁ |


କେଡେ ସୁନ୍ଦରିଆ ରୂପେଲି ଜହ୍ନଟା

             ପାଣ୍ଡୁରପାଣ୍ଡୁର ଦିଶିଲାଣି,

କମଳକଢ଼ିଟି ଫୁଟି ପାରୁନାହିଁ

           ଶିଶିର ତା ମୁଖ ପୋଡିଲାଣି |


ଶୀତଆଣିଅଛି ଧରଣୀବୁକୁରେ

             ସାଥେଧରି ନାନା ପରବକୁ,

ପ୍ରଥମାଅଷ୍ଟମୀ,କାଞ୍ଜିଅଳା,ଧନୁ,

            ମାଣବସା ପୁଣି ମକରକୁ |


ଖଟାମିଠା କେତେ ଅନୁଭବ ଆଣି

             ଶୀତଆସିଅଛି ଆମପାଶେ,

ଆମପାଶେ ରହି କିଛିଦିନ ପୁଣି

            ଫେରିଯିବ ସିଏ ତାର ବାସେ |


ଶୀତ ଚାଲିଯିବ ସାଥେନେଇତାର

            ଶୀତର ଯେତେକ ସମ୍ଭାରକୁ,

ସେସବୁକୁ ପୁଣି ପାଇବାକୁ ଆମେ

           ଚାହିଁଥିବା ଆର ବରଷକୁ |


Rate this content
Log in

Similar oriya poem from Classics