STORYMIRROR

Anirudha Kund

Classics

3  

Anirudha Kund

Classics

ମୋ କଳା ଠାକୁର

ମୋ କଳା ଠାକୁର

1 min
177


ଜୀବନ ଗଛର ଦୁଇଟି ପତର

  ସୁଖ ଦୁ୍ଃଖ ନାମ ତାର

ସୁଖ ନୁହେଁ ତାର ଅତି ଆପଣାର

   ଆଉ ଦୁ୍ଃଖ ସାତ ପର ॥୧॥


ପାନ କରି ଶିଖ ଯେତେ ଆସୁ ଦୁଃଖ

   ସୁଖେ ହୋଇବ ବିଭୋର

ଦୁଃଖ ସୁଖ ସତ୍ୟ ଆସୁଥିବ ନିତ୍ୟ

   ଏ ତ ମାୟାର ସଂସାର ॥୨॥


ଦୁଃଖ ଠାରୁ ଭଲ ସୁଖରେ ବାଇଆ

    ମନପଡେ ପ୍ରଭୁମୋର

ଦୁଃଖରେ ଆନନ୍ଦ ଲାଗେ ମକରନ୍ଦ

    ସ୍ମରିଲେ କଳା ଠାକୁର ॥୩॥


ଦୁଃଖ ଦେଇ ଚାଲ ଲାଗୁଅଛି ଭଲ

   ଭୁବନ ସୁନ୍ଦର ବର

ଦୁଃଖ ଅଛି ବୋଲି ହେଜୁଅଛି ଖାଲି

    ତୁହି ପ୍ରଭୁ ଏକା ମୋର ॥୪॥


ଆଜିର କୁବେର କାଲିକି ଫକୀର

   କେହି ନୁହେଁ ଏଠି କା'ର

ଅସାର ସଂସାର ଏଠି ଏକା ସାର

  ତୁହି ମୋ କଳା ଠାକୁର ॥୫॥


ଏତିକି ଗୁହାରି ଦୁଃଖ ଦିଅ ହରି

   ପ୍ରଭୁ ମୋତେ କୃପାକର

ତୁମ୍ଭ ନାମ ସ୍ମରି ଯାଏ ମୁହିଁ ତରି

   ଆହେ କରୁଣା ସାଗର॥୬॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics