STORYMIRROR

Anirudha Kund

Classics

3  

Anirudha Kund

Classics

ମୁହିଁ ପରା ତୁମ ଦାସ

ମୁହିଁ ପରା ତୁମ ଦାସ

1 min
251


ଅନିନ୍ଦ୍ୟ ସୁନ୍ଦର ମୋ କଳା ଠାକୁର

   କେଡେ ମନୋହର ଦିଶ

ଚାହିଁଦେଲେ ମୁଖ ସେ କୋଟି କନ୍ଦର୍ପ

   କ୍ଷଣେ ହରିଯାଏ କ୍ଲେଶ


ଭାବିଦେଲେ ଥରେ ହୃଦୟରେ ଭରେ

  କସ୍ତୁରୀ ଚନ୍ଦନ ବାସ

ମନର କୁଞ୍ଜରେ ନାଚେଲୋ ଖଞ୍ଜରେ

   ରସରାଜଙ୍କର ରାସ


କେଜାଣିଲୋ କାହିଁ ନିଏ ମୋତେ ମୋହି

    ତୋ ଅଧା ଅଧର ହସ

ମାଗିବାକୁ ଚାହିଁ ମାଗିପାରେ ନାହିଁ

    ମନଚୋର କୃତିବାସ


ଅଛି ତ ନିଶ୍ବାସ ରଖିଛି ବିଶ୍ବାସ

   ପ୍ରଭୁ ମୋର ପୀତବାସ

ମାରିଲେ ମାରିବ ତାରିଲେ ତାରିବ

   ମୁହିଁ ପରା ତୁମ ଦାସ


କ୍ଷମା ସିନ୍ଧୁ ମୋର କ୍ଷମା ମୋତେ କର

    କରିଥାଏ ଯଦି ଦୋଷ

ପତିତ ପାବନ କରୁଣା ନିଦାନ

  କରିକି ପାରିବେ ରୋଷ ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics