STORYMIRROR

KRUTIBAS NAYAK

Classics Inspirational Others

3  

KRUTIBAS NAYAK

Classics Inspirational Others

ଭଲକଥା

ଭଲକଥା

1 min
207


ମିଶାଣ ଫେଡ଼ାଣ ଗୁଣନ ହରଣ ଶିଖାଏ ଗଣିତ ପାଠ,

ବତାଏ ସେ ପୁଣି ସବୁ ସମସ୍ୟାର ଅଛି ସମାଧାନ ବାଟ ।


ଜାଣିଛି ଶୁଣିଛି ବୁଝିଛି ଏକଥା ଯେତେବେଳେ ଆମେ କହୁ,

ସେତେବେଳେ ଆମେ ଜ୍ଞାନ ଆସିବାର ବାଟକୁ ଓଗାଳିଦେଉ ।


କାଲି ଯାହା କିଛି ହରେଇ ଦେଇଛି ଭାଙ୍ଗିଦେଇ ମୋର ମନ,

ତାକୁନେଇ ଆଜି କରିବିନି ଚିନ୍ତା କରି ତନୁ ମନ ଟାଣ ।


ଆଜି ମୁଁ କେମିତି ଜିତିବି ପାଇବି ଗଢ଼ିବି ସେକଥା ଭାବି,

ଉପାୟ ଖୋଜିବି ସୂର୍ଯ୍ୟୋଦୟ ସାଥେ କାଲିକାଥା ଭୁଲିଯିବି ।


ଅତୀତରେ କିଛି ତ୍ରୁଟି କରିଥିଲେ ଭୁଲିଯାଅ ତାକୁ ଭୁଲିଯାଅ,

ବର୍ତ୍ତମାନ ସ୍ଥିତି ପରଖି ନେବାକୁ ଦୃଢ଼ମନ ନେଇ ଚାଲୁଥାଅ ।


ଆଗାମୀ ଦିନର କାର୍ଯ୍ୟପନ୍ଥା ପାଇଁ ନିର୍ଭୟରେ ସ୍ଵପ୍ନ ଦେଖିନିଅ,

ସଫଳତା ପାଇଁ ନିଷ୍ଠା ଶ୍ରମ ତ୍ୟାଗ ଧୈର୍ଯ୍ୟକୁ ରଖିଥାଅ ।




Rate this content
Log in

Similar oriya poem from Classics