STORYMIRROR

Shiba Charan Mahapatra

Classics

3  

Shiba Charan Mahapatra

Classics

ପିଲାଦିନ

ପିଲାଦିନ

1 min
381


ବୟସର ସାୟାହ୍ନରେ ଖୋଜେ ଯାହା ଭିତରୁ ଭିତରୁ

ଭେଟିନାହିଁ ସେସବୁ ମୁଁ କାହିଁ କେତେ ଯୁଗ ଯୁଗାଦ୍ଧରୁ

ତୁମର ଓ ମୋ ଭିତରେ ଯେତେ ସବୁ ସମ୍ପର୍କ ନିବିଡ଼ 

ଅଭୂଲା ଅଲିଭା ପ୍ରେମ ଇନ୍ଦ୍ରଧନୁ ସେନେହ ପାହାଡ..!!


ଚାତକ ଯେଶନ ଚାହେଁ ପ୍ରତୀକ୍ଷିତ ମେଘ ବଉଦକୁ

ପ୍ରତିକ୍ଷଣ ଚାହିଁଛି ମୁଁ ଏକଲୟେ ସେଦିନ ବାଟକୁ

ଋତୁ ଆସେ ଋତୁ ଫେରେ ତୁମେ କେବେ ଆସ ନାହିଁ ପାଶେ

ଝିଲମିଲ୍ ତୋଫା ଜହ୍ନ ଆକାଶରେ ତୁମ ପରି ଦିଶେ..!!


ବେଢିଥାନ୍ତି ପାଖେ ତୁମ ଭସା ମେଘ କେତେ ତାରାଫୁଲ

କେତେ ପୁଣି ଛାତି ତଳେ ଢାଳୁଥାନ୍ତି ତପ୍ତ ନିଆଁ ଝୁଲ

ଦିନ ଯାଏ ଯେନତେନ ରାତି ବେଶି ଅଭିମାନୀ ହୁଏ

ଅଯାଚିତ ସ୍ମୃତି ସବୁ କାନ ପାଶେ ଧିରେ ଧିରେ କହେ..!!


ନୀରବତା ଭାଙ୍ଗିଦିଏ ହୃଦୟର ଯେତେ ଦମ୍ଭ ହାଡ

ଅଚାନକ ଦାଉ ସାଧେ ଯେହ୍ନେ ଦୃଷ୍ଟ ଅଦିନିଆ ଝଡ

କେହିଜଣେ ବିଜୁଳିରେ ହାତଠାରେ ଦେବାକୁ ଗୋଲାପ

ଚାହିଁଲେ କି ଫେରିହୁଏ,ମାଖିଲିଣି ବହଳ ପ୍ରଲେପ..!?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics