ହିସାବ ରହୁଛି ବାକି
ହିସାବ ରହୁଛି ବାକି
ହିସାବ ରହୁଛି ବାକି
ପାରିବୁ ନାହିଁରେ ଫାଙ୍କି
ମୂଳ ସାଥେ ସାଥେ ସୁଧବି ଗଣିବୁ
ତୋ କଲା କରମ ଫଳ ତୁ ପାଇବୁ
ବୁଜିବା ଆଗରୁ ଆଖି
ପାରିବୁ ନାହିଁରେ ଫାଙ୍କି ।
ଏ ହାତର ପାପ ସେ ହାତ ନେବନି
ଲାଗିଗଲେ ଦାଗ ଆଉ ଛାଡିବନି
ତୋ ଆଖିରୁ ଲୁହ କେହିପୋଛିବେନି
ଆହା ପଦେ ଜମା କେହି କହିବେନି
ନିଜ ପାଇଁ ନିଜେ ଗାତ ତୁ ଖୋଳୁଛୁ
ସମୟ ରହୁଛି ଶାଖି
ପାରିବୁ ନାହିଁରେ ଫାଙ୍କି ॥
ମରିଚିକା ପଛେ ନିଇତି ଧାଉଁଛୁ
ମିଛ ମାୟା ମୋହେ ବାଇ ତୁ ହେଉଛୁ
ପର ଧନ ଆଣି ଘରେ ଜମାଉଛୁ
ସେଧନରେ ଦାନ ଧରମ କରୁଛୁ
ତୁ ସିନା ଭାବୁଛୁ ପାପ ଧୋଉଅଛୁ
ହସୁଅଛି କାଳ ଦେଖି
ହିସାବ ରହୁଛି ବାକି ।
