Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Classics Inspirational Others

3  

KRUTIBAS NAYAK

Classics Inspirational Others

ବୟସ୍କର ମନବୋଧ

ବୟସ୍କର ମନବୋଧ

1 min
214



କିଏ ମୋତେ ଡାକେ ବାପା- କିଏ ମଉସା,

କାହାର ମୁଁ ପୁଅ ପୁଣି କାହା ପିଉସା ।

ଅଜାବୋଲି ଡାକେ ନାତି,ପତ୍ନୀର ମୁଁ ସିନା ପତି;

କାହାପାଇଁ ହୋଇଛି ମୁଁ ଅଚଳ ପଇସା ।(1)


କାହାପାଇଁ ମୁହିଁ ପର କିଏ ନିଜର,

କିଏ ପାଇବାକୁ କହେ-ତୁମେ ଆମର ।

ଦେବାକଥା ଯଦି ପଡ଼େ, କିଏ ପୁଣି ହାତ ଛାଡ଼େ;

ସେବା କରିବା ବେଳକୁ ସିଏ ତମର ।(2)


ନେବାକୁ ମୋ ଧନ-ମାନ ସବୁ ଆଗୁଆ,

ମିଛ ମାୟା ଭ୍ରମ ଭରା ଏଇ ଦୁନିଆ ।

ଖାଲିହାତେ ଆସିଥିଲି, ଖାଲିହାତେ ଯିବିଚାଲି;

ଛନ୍ଦିହୋଇ ମିଛଟାରେ ହେଲି ହାଲିଆ ।(3)



Rate this content
Log in

Similar oriya poem from Classics