Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Classics Inspirational Others

4.0  

KRUTIBAS NAYAK

Classics Inspirational Others

ଗୁରୁ ହୋଇଯିବା ଦିନେ

ଗୁରୁ ହୋଇଯିବା ଦିନେ

1 min
186



କାହାର ଅତୀତ ଦୁଃସମୟ ଆଉ ଦୁର୍ଯୋଗକୁ ଲକ୍ଷ୍ୟକରି,

କହି ପାରିବାନି ସେହି ମଣିଷଟି ରହିଯିବ ଦୁଃଖ ଧରି ।


ଅତୀତ ଶିଖାଏ ମଣିଷକୁ ପୁଣି ବଦଳାଇ ଦିଏ ଗତି,

ଜୀବନ ଆକାଶେ ସୁର୍ୟୋଦୟ ହେଲେ ପାହିଯାଏ ଅମାରାତି ।


ସଫଳତା ପାଇଁ କାମ କରୁଥିଲେ ଗୁରୁ ହୋଇଯିବା ଦିନେ,

ଆତ୍ମ-ସନ୍ତୋଷର ଉଦ୍ଦେଶ୍ୟ ରହିଲେ ହୋଇବା କୋଟିରେ ଜଣେ ।


ବିଶ୍ୱାସ ଭରସା ତ୍ୟାଗ ଭାବନା ହିଁ ସଂପର୍କକୁ ବାନ୍ଧିରଖେ,

ଦୂରେ କି ନିକଟେ ଯେଉଁଠି ଥିଲେ ବି ମନ ହିଁ ମନକୁ ଡାକେ ।


ପାଇବାକୁ ଯୋଗ୍ୟ ହେଉ ବା ନ ହେଉ ସଭିଙ୍କୁ ସମ୍ମାନ ଦେବା,

ଏହାଦ୍ୱାରା ଆମ ଚରିତ୍ର କିପରି ଗ୍ରହିତାଙ୍କୁ ଜଣାଇବା ।


ଯୁକ୍ତି-ତର୍କ ପାଇଁ ସତ୍ୟ-ତଥ୍ୟ ପୁଣି ପ୍ରମାଣ ତ ଲୋଡ଼ାହୁଏ,

ବେଳେବେଳେ ପୁଣି ଆମ ନୀରବତା ସବୁ ଓଲଟାଇ ଦିଏ ।

000



Rate this content
Log in

Similar oriya poem from Classics