STORYMIRROR

Anirudha Kund

Classics

3  

Anirudha Kund

Classics

ରାଧା ଦାମୋଦର ବେଶ

ରାଧା ଦାମୋଦର ବେଶ

1 min
298


ହବିଷ୍ୟାଳି ଦଳ କରନ୍ତି ଗହଳ

   ଶ୍ରୀକ୍ଷେତ୍ରେ ଚଳ ଚଞ୍ଚଳ

ପୁଣ୍ଯ କର୍ତ୍ତିକରେ ନରେନ୍ଦ୍ରର ଜଳରେ

    ପବିତ୍ର ବୁଡ ର ବେଳ ।


ମାସ ସାରା ପୁଣି ଅବଢା ସେବନ

    ପବିତ ପୁରାଣ ପାଠ

ଅଲୋଡା ବାର୍ଦ୍ଧକ୍ଯେ ମୋକ୍ଷ ହରିନାମ

   ଜୀବ ଯିବାକୁ ବୈକୁଣ୍ଠ  ।


ଶିତୁଆ ସକାଳ ସଅଳ ସଅଳ

   ତୁଳସୀ ଚଉଁରା ପୂଜା

ଦୀପ ଦାନ କରି ଅରୁଣ ସ୍ତମ୍ଭରେ

   ଦେଖିବ କାଳିଆ ରଜା ।


ହେଜିଛି ମରମ ପୂଜିବ ପରମ 

  କାର୍ତ୍ତିକ ଧରମ ମାସ

ଦେଖିବ ମନ୍ଦିରେ ଦାରୁ ଦେବତାର

   ରାଧା ଦାମୋଦର ବେଶ।


Rate this content
Log in

Similar oriya poem from Classics