Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Classics Inspirational

3  

KRUTIBAS NAYAK

Classics Inspirational

ହେଲି ନିଜ ଗୁଣେ ଗୁଣୀ

ହେଲି ନିଜ ଗୁଣେ ଗୁଣୀ

1 min
273



ମୋତେ କିଏ କେତେ ଘୃଣା କରେ ପୁଣି କିଏ ଭଲ ପାଉଥାଏ,

ଏକଥା ନିଶ୍ଚୟ ମୋର ନାମଟିକୁ ସ୍ମରଣ କରନ୍ତି ସିଏ ।


ଘୃଣା କରୁଥିଲେ ମୋ ନାମ-କାମକୁ ହୃଦୟରେ ରଖିଥାଏ,

ଭଲ ପାଉଥିଲେ ମସ୍ତିଷ୍କରେ ରଖି ମୋ କଥା କାହାକୁ କହେ ।


କେହି ଯଦି ମୋତେ ଈର୍ଷା କରୁଥାଏ, ସିଏ ମୋର ପୂଜନୀୟ,

ଜିଦିକୁ ବଢ଼େଇ ଉଚ୍ଚକୁ ଉଠେଇ ଦେଲେ ସେହି ମହାଶୟ ।


ମୋର ଦୋଷ ତ୍ରୁଟି ଦୁର୍ବଳତା ଦେଖି ଯିଏ ଗାଳି ଦେଉଥିଲେ,

ତାଙ୍କୁ ଡରିବାରୁ ନିର୍ଦ୍ଦୋଷ ମଣିଷ ସିଏ ମୋତେ କରିଦେଲେ ।


ମୋତେ ଯିଏ ବୋକା ଭାବୁଛନ୍ତି ତାଙ୍କୁ ଦେବି ମୁହିଁ ଧନ୍ୟବାଦ,

ଶକ୍ତ ହୋଇଛି ମୁଁ ମୋ ଗତିପଥକୁ କରିବାରୁ ପ୍ରତିରୋଧ ।


ମୋତେ ଯେଉଁମାନେ ଉପେକ୍ଷା କରନ୍ତି, ସେମାନଙ୍କ ପାଶେ ଋଣୀ,

ଉପେକ୍ଷା ଅଦେଖା ହେବାରୁ ମୁଁ ନିଜେ ହେଲି ନିଜ ଗୁଣେ ଗୁଣୀ ।



Rate this content
Log in

Similar oriya poem from Classics