Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Abstract Classics Inspirational

3  

Bidyadhar Mantry

Abstract Classics Inspirational

ଶାନ୍ତି ଅନ୍ଵେଷଣେ

ଶାନ୍ତି ଅନ୍ଵେଷଣେ

1 min
9



ଶାନ୍ତି ସନ୍ଧାନରେ ଅଶାନ୍ତ ମଣିଷ

ଅଣ ନିଃଶ୍ୱାସୀ ଅବସ୍ଥା

ଘର ,ବାହାର କେଉଁଠି ବି ନାହିଁ

ଶାନ୍ତି ପ୍ରତି ନିତି ଚିନ୍ତା

ମନେ ଆଶା ବାନ୍ଧି ଶାନ୍ତି ସନ୍ଧାନରେ

ଖୋଜେ ପାହାଡ ମନ୍ଦିର

ଗୁମ୍ଫା ଶିବାଳୟ ସମ୍ପର୍କୀୟ ମେଳ

ସାଙ୍ଗ ମେଳ କର୍ମ କ୍ଷେତ୍ର

ବିଲ ବଣ ନଦୀ ଝରଣା ସମୁଦ୍ର

ଶସ୍ୟ କ୍ଷେତ୍ର ଶିକ୍ଷାଳୟ

ଅରାଜକତା ର ଧାରା ପ୍ରବାହିତ

ପ୍ରତି କ୍ଷେତ୍ର ବିଷ ମୟ

କେଉଁଠି ଧର୍ମ ନାମରେ ରକ୍ତପାତ

କେଉଁଠି ଅପହରଣ

କେଉଁଠି ଦେଶ ଦେଶ ମଧ୍ୟରେ ଯୁଦ୍ଧ

କେଉଁଠି ନାରୀ କଷଣ


ଅଳ୍ପରେ ସନ୍ତୁଷ୍ଟ ନୁହଁଇ ଜୀବନ

ରୋଜଗାର ବୃଦ୍ଧି ଅର୍ଥେ

ଅନୈତିକ କାର୍ଯ୍ୟକଳାପ ରେ ଲିପ୍ତ

ଅଶାନ୍ତ କଳୁଷ ପଥେ

ଅଧିକା ସୁଖ ସୁବିଧାର ଲାଳସା

ମନ ଯେବେ ଲିପ୍ତ ରହେ

ଉତ୍କଣ୍ଠା ସହିତ ମନ ବିଚଳିତ

ଅନିଶ୍ଚିତତା ହୃଦୟେ

ଘର ପରିବାର ମଧ୍ୟରେ ସଂସ୍କାର

ଅଭାବ ପରିଲକ୍ଷିତ

ଆଧ୍ୟାତ୍ମିକ ଭାବ ହୃଦୟେ ଅଭାବ

ସଂସାର ମୋହ ରେ ବ୍ୟସ୍ତ


ଶାନ୍ତି ଏକ ଅବସ୍ଥା ନିଜ ମନର

ହୃଦୟରେ ହୁଏ ଜାତ

ଶାନ୍ତ ପରିବେଶ ଭାବ ସୁସମ୍ପର୍କ

ଶାନ୍ତି ହୁଏ ଉଜ୍ଜୀବିତ

ଭୌତିକ ସୁଖ ର ଲାଳସା ମନରେ

ସଦା ହେଲେ ଉଜ୍ଜୀବିତ

ସଂସାର ବନ୍ଧନ ମୋହ ମାୟା ଜାଲେ

ତନ ମନ ବିଚଳିତ

ସୁଖ ଦୁଃଖ ଭାବ ରୁ ନିବୃତ ଚିତ୍ତ

ଲଭେ ଅନାବିଳ ଶାନ୍ତି

ଇନ୍ଦ୍ରିୟ ସୁଖକୁ କରିଲେ ଦମନ

ବଳେ ଶାନ୍ତି ର ଉତ୍ପତ୍ତି

ଜୀବନର ପ୍ରତି ଟି ପଦକ୍ଷେପରେ

ରହିଛି ଯନ୍ତ୍ରଣା ସୁପ୍ତ

ଗତି ପଥ ଯଦି ହୁଏ ବାଧା ପ୍ରାପ୍ତ

ଜୀବନ ହୁଏ ଅଶାନ୍ତ


ସ୍ନେହ ଶ୍ରଦ୍ଧା ପ୍ରେମ ଡୋରି ବଳେ ଆପେ

ପର ହୁଏ ଆପଣାର

ସହଯୋଗ ପୁଣି ସହାନୁଭୂତି ରେ

ଶାନ୍ତି ହୁଅଇ ପ୍ରସାର

ମଣିଷ ଅନ୍ତରେ ନିହିତ ରହିଛି

ଶାନ୍ତି ପ୍ରେମ ସ୍ନେହ ଶ୍ରଦ୍ଧା

ସୁକର୍ମ ସୁଚିନ୍ତା ପରଷ୍ପରେ ପ୍ରେମ

ତୁଟି ଯାଏ ସବୁ ବାଧା

ହିଂସା ଈର୍ଷା ଓ ପରଶ୍ରୀକାତରତା 

ଯଦି ମନରେ ଆଛନ୍ନ

ହୃଦୟରେ ଶାନ୍ତି ଆପେ ଦୂରୀଭୂତ

ଜୀବନେ ଆସେ ଦୁର୍ଦ୍ଦିନ


ଶାନ୍ତି ସନ୍ଧାନରେ ରାଜ ସୁଖ ଛାଡ଼ି

ସାଧନ କରିଲେ ବୁଦ୍ଧ

ନିର୍ବାଣ ର ସଂଜ୍ଞା ହେଲା ନିରୂପଣ

ଜୀବନ ହେଲା ସମୃଦ୍ଧ

ଆଧ୍ୟାତ୍ମିକ ସମ୍ମେଳନ ମାଧ୍ୟମରେ

ଖୋଜେ ଶାନ୍ତି ଖ୍ରୀଷ୍ଟ ଧର୍ମ

ପ୍ରତି ପରିସ୍ଥିତିରେ ଶାନ୍ତ ରହିବା

ନିର୍ଣ୍ଣୟ ଏକାନ୍ତ କାମ୍ୟ

ଶାନ୍ତି ଅନ୍ୱେଷଣ ଶାନ୍ତିର ଠିକଣା

ପ୍ରାପ୍ତ ହୋଇବ ନିଶ୍ଚିତ

ମାନବିକତାର ଭାବ ହୃଦୟରେ

ଯଦି ସଦା ବିରାଜିତ









Rate this content
Log in

Similar oriya poem from Abstract