କଳାକରେ ବର କହ୍ନାଇ
କଳାକରେ ବର କହ୍ନାଇ
କଳାକରେ ବର କହ୍ନାଇ
ସଙ୍ଗେ ବସିଛି ମିତ
କେବେ ଦୁଃଖ ଦେବୁ ଦୂରେଇ
ମୋତେ କହିବୁ ସତ।
ସହିପାରୁ ନାହିଁ କଷଣ
ମୋତେ ମାଡୁଛି ଡର
କହିବୁ କି ମାୟା ଛାଡ଼ିଣ
କରୁ କାହିଁକି ପର।
ପର କଲେ କହ ସହିବି
ମୁହିଁ କିପରି ସତେ
ବଞ୍ଚି ପାରୁନାହିଁ ଛାଡିକି
କ୍ଷଣେ ନ ଦେଖି ତୋତେ।
ମାଗୁନାହିଁ ଧନ ସମ୍ପତ୍ତି
ଦିଅ ମନରେ ଶାନ୍ତି
ମାନସିକ ଦୁଃଖ ନଦିଅ
ମନେ ଲାଗୁଛି ଭିତ୍ତି।
ପିଲାଦିନୁ କଷ୍ଟ ସହୁଛି
ଜାଣ ନାହିଁକି ତୁମେ
କଷ୍ଟ ପରେ କଷ୍ଟ ଦେଉଛ
ଦୋଷ ଅଛି କି କର୍ମେ।
ଜାଣତରେ ଦୋଷ କରିନି
ଦିନେ ହେଲେବି ମୁହିଁ
ଅଜାଣତେ ଦୋଷ କରିଛି
ବୋଲି ଭାବଇ ନାହିଁ।
ଦୁଃଖ ବେଳେ ସାହା ହୋଇବ
ମନେ ବାନ୍ଧିଛି ଆଶା
ଆଶା ମୋର ପୂର୍ଣ୍ଣ କରିବ
ଫେଡ଼ି ମୋହର ଦଶା।