STORYMIRROR

KRUTIBAS NAYAK

Classics Inspirational

3  

KRUTIBAS NAYAK

Classics Inspirational

ମୃତ୍ୟୁ

ମୃତ୍ୟୁ

1 min
208


ମୃତ୍ୟୁ ହେ, ତୁମେ ଧର୍ମ-ଦେବତା ନିଖୁଣ ତୁମର କାମ,

କାହାପାଇଁ ତୁମେ ନିଷ୍ଠୁର-ନିର୍ଦ୍ଦୟ କାହାପାଇଁ ପୁଣି ଯମ ।(ଘୋଷା)


କାହାକୁ ମାରିବ କାହାକୁ ଛାଡ଼ିବ ତୁମେ ଏକା ଜାଣିଥାଅ,

କ୍ଷଣିକ ଭିତରେ ଲୋଭ,ମୋହ,ମାୟା ଆତ୍ମା ସହ ନେଇଯାଅ ।

ଲାଗେ କେବେ ସତେ ଶୁଣନା ପ୍ରାର୍ଥନା ବୁଜିଦେଇ ଆଖି-କାନ

ମୃତ୍ୟୁ ହେ, ତୁମେ ଧର୍ମ-ଦେବତା ନିଖୁଣ ତୁମର କାମ ।(1)


ରୂପରେ ସୁନ୍ଦର ଧନରେ କୁବେର କିଏ ପୁଣି ବଳବାନ,

ଯୋଗୀ-ରୋଗୀ ଭୋଗୀ ବଇରାଗୀ ତ୍ୟାଗୀ ହେଇଥାଉ ଦୟାଵାନ ।

ବୃଦ୍ଧ-ଯୁବା-ଶିଶୁ ନର-ନାରୀ-ପଶୁ ସଭିଙ୍କର ନିଅପ୍ରାଣ ।

ମୃତ୍ୟୁ ହେ, ତୁମେ ଧର୍ମ-ଦେବତା ନିଖୁଣ ତୁମର କାମ ।(2)


ପାପୀ-ତପୀ କୋପୀ ଜ୍ଞାନୀ-ମାନି-ଧନୀ ସର୍ବପୂଜ୍ୟ ଦଣ୍ଡଧାରୀ,

ସାଧୁ ଋଷି ମୁନି ହେଉ ବଡ଼ ଧନୀ କିବା ହେଉ ଅହଙ୍କାରୀ ।

ନିରପେକ୍ଷ ରହି ମୁକ୍ତିଦାତା ହୋଇ ନେଇଯାଅ ନିଜ ଧାମ ।

ମୃତ୍ୟୁ ହେ, ତୁମେ ଧର୍ମ-ଦେବତା ନିଖୁଣ ତୁମର କାମ ।(3)



Rate this content
Log in

Similar oriya poem from Classics