Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Classics Inspirational

3  

KRUTIBAS NAYAK

Classics Inspirational

ଭଲକାମ କରୁଥିବା ମଣିଷ

ଭଲକାମ କରୁଥିବା ମଣିଷ

1 min
235



ପ୍ରତିଦିନ କିଛି ଭଲ ଜିନିଷକୁ ଖୋଜି ଦେଖି ଖୁସିହେବା,

ଭଲକାମ କରୁଥିବା ମଣିଷକୁ ଉତ୍ସାହିତ କରୁଥିବା ।


ସବୁଠାରୁ ବଳି ଶକ୍ତିଶାଳୀ ଅସ୍ତ୍ର ହେଉଛି ଆତ୍ମ-ବିଶ୍ୱାସ,

ନିଜସ୍ୱ ବିଶ୍ୱାସ ଦୃଢ଼ ହୋଇଗଲେ ବିପଦେ ଲାଗିବ ହସ ।


ଯେଉଁ ଘଟଣାଟି ଦୁଃଖ ଦେଇଥିଲା ତାକୁ ଶୀଘ୍ର ଭୁଲିଯିବା,

ଯେଉଁ ଘଟଣାଟି ସୁଖଦାୟୀ ତାକୁ ସ୍ମୃତି କରି ରଖିଦେବା ।


ମଣିଷର ପାଇଁ ଆନନ୍ଦ ଅମୃତ କ୍ରୋଧ ହୋଇଥାଏ ବିଷ,

ସମ୍ପର୍କ ଗଢ଼ିବା ପାଇଁ ମହୋଷଧି ରସାୟନ ମିଠାହସ ।


ଅହଂକାର ଏକ ବନ୍ଧୁକର ଗୁଳି ଦିଆସିଲି କାଠି ଈର୍ଷା,

ସ୍ନେହ ଶ୍ରଦ୍ଧା ପ୍ରେମ ବାଦଲ ସମାନ ଅନ୍ୟପାଇଁ କରେବର୍ଷା ।


ଜିଦ ଛୁରୀଟିଏ ସଂପର୍କକୁ କାଟେ ସ୍ୱାର୍ଥକହେ ଏକାମୁହିଁ,

ତ୍ୟାଗ ନଦୀଟିଏ ଦେଇଚାଲିଥାଏ କାହାକୁ କିଛି ନ କହି ।



Rate this content
Log in

Similar oriya poem from Classics