Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

KRUTIBAS NAYAK

Classics Inspirational Others

3  

KRUTIBAS NAYAK

Classics Inspirational Others

ଭଲକଥା

ଭଲକଥା

1 min
169



ଆନନ୍ଦ ତାଲାର ଚାବିଟି ରହିଛି ସଭିଙ୍କୁ ନ ଥାଏ ଜଣା,

ସେଇ ଚାବି ଯଦି ମିଳିଯାଏ ଥରେ ଦୂରେଇ ଯାଏ ଯନ୍ତ୍ରଣା ।


ସମସ୍ୟା ଚିନ୍ତାକୁ ବଦଳେଇ ଦେଲେ ଈଶ୍ଵର ପୂଜା-ସେବାରେ,

ପ୍ରଭୁ ସେ ଚିନ୍ତାକୁ ବଦଳାଇ ଦେବେ ଆଶୀର୍ବାଦ ଓ ଶ୍ରଦ୍ଧାରେ ।


ହୃଦୟକୁ କଲେ ସବୁଜ-ସୁନ୍ଦର ନିରାପଦ ଉପଵନ,

ବିଭିନ୍ନ ରଙ୍ଗର ପକ୍ଷୀ ଉଡ଼ିଆସି କରିବେ ସଙ୍ଗୀତ ଗାନ ।


ଅନେକ ଚାହାନ୍ତି ବିନା ପରିଶ୍ରମେ ମିଳନ୍ତା ପୁଳାଏ ପୁଣ୍ୟ,

ସଭିଏଁ ଭୁଲନ୍ତୁ କେହି ନ ଜାଣନ୍ତୁ ମୋର କଲା କର୍ମମାନ ।


ସଭିଏଁ ଆମକୁ ଶ୍ରଦ୍ଧା କରୁଥିବେ ଛୋଟ ରହିଥିବା ଯାଏ,

ବଡ଼ ହେଇଗଲେ ମାଆ ବି କୋଳରୁ ଛୁଆକୁ ଓହ୍ଲାଇ ଦିଏ ।


ଯେତେ ଭଲକାମ କରିଲେ ବି କିଛି କାଢ଼ିବେ ଛେନାରୁ ଚୋପା,

ଖରାପ କଲେ କି କିଛି ନ କଲେ ବି ଥୋକାଏ ହୋଇବେ ଖପ୍ପା ।



Rate this content
Log in