Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Classics Inspirational

3  

KRUTIBAS NAYAK

Classics Inspirational

ଶପଥ

ଶପଥ

1 min
182


ଗୀତିକବିତା


ହାତ ବଢେଇବି ଜହ୍ନ ଧରିବାକୁ ହାତ ପାଉ ବା ନ ପାଉ,

ଲେଖୁଥିବି ନିତି ହୃଦୟର ଗୀତି କିଏ ଗାଉ ବା ନ ଗାଉ । (ଘୋଷା )


ତାରାଫୁଲ ତୋଳି ଆଣିବାକୁ ମନ ମେଘରେ କରିବି ଘର,

କୁହୁଡ଼ି ପହଁରା ଶିଖିଯାଇଛି ମୁଁ ବିପଦକୁ ନାହିଁ ଡର ।

ପ୍ରଜାପତି ହେଇ ଉଡ଼ି ବୁଲୁଥିବି-ଫୁଲ ଥାଉ ବା ନ ଥାଉ ।

ହାତ ବଢେଇବି ଜହ୍ନ ଧରିବାକୁ ହାତ ପାଉ ବା ନ ପାଉ ।(1)


ଅଜଣା ବାଟରେ ଚାଲୁଥିବି ନିତି କେହି ହେବ ଦିନେ ଭେଟ,

ସାତ ସାଗରକୁ ପାରି ହେବାପାଇଁ ଫିଟାଇବି ନୂଆବାଟ ।

ମୋର ଗତି-ମତି ଦେଖି ଯଦି କିଏ ପାଗଳ କହିଲେ କହୁ ।

ହାତ ବଢେଇବି ଜହ୍ନ ଧରିବାକୁ ହାତ ପାଉ ବା ନ ପାଉ ।(2)



Rate this content
Log in

Similar oriya poem from Classics