Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sasmita tripathy

Abstract Classics Fantasy

4  

sasmita tripathy

Abstract Classics Fantasy

ଶୀତ ସଞ୍ଜ

ଶୀତ ସଞ୍ଜ

1 min
409


ଭାରି ଭଲ ଲାଗେ ଶୀତୁଆ ସଞ୍ଜ ଟା 

ଉଷୁମ ଚାହା ର ସାଥେ

ବେଳା ବେଳି ଯେଝା କାମ ସାରି ଦେଇ

ବାହୁଡ଼ନ୍ତି ନିଡ଼ ପଥେ ।


ସନ୍ଧ୍ୟା ଆରତି ଧୂପ ଦୀପ ବତୀ

ଭଜନ କୀର୍ତ୍ତନ ପରେ

ପୋଥି ଶୁଣିବାକୁ ବୃଦ୍ଧ ବୃଦ୍ଧା ମାନେ

ଏକାଠି ଯେ ଟୁଙ୍ଗୀ ଘରେ ।


ଜହ୍ନ ଆଲୁଅରେ କୃଷକ ବାପୁଡା

ଲାଗିଯାଏ ଅମଳରେ

ସୁବର୍ଣ୍ଣ ରଙ୍ଗ ର ଧାନକେଣ୍ଡା ଦେଖି

ଉତ୍ସାହ ମନରେ ଭରେ ।


ଏଠି ସେଠି ଲୋକେ ମିଳିମିଶି ସର୍ବେ

ଧୂନି ଜାଳି ଆନନ୍ଦରେ

ନିଆଁ କୁ କରନ୍ତି ପାଣି ଠୁ ଆଦର

ଶୀତ ସଞ୍ଜ ସକାଳ ରେ ।


କଷ୍ଟକର ସିନା ଗରିବପାଇଁ ଏ 

ଶୀତ ର କାଲୁଆ ଦିନ

ହେଲେ ତା ମଧ୍ୟରୁ ଆନନ୍ଦ ଉଠାନ୍ତି

ଧନୀକ ଶ୍ରେଣୀ ର ଜନ ।



Rate this content
Log in

Similar oriya poem from Abstract